Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Amiya Bej

Others

4  

Amiya Bej

Others

✿ ଶବ ✿

✿ ଶବ ✿

1 min
13.1K


✿ ଶବ ✿

ମୁଁ !
ଏଇ ଏବେ ଏବେ ଶବ ହୋଇଥିଲି ।
କଞ୍ଚା ଦେହ ବୋହିବାରେ,
ଆପଣାଙ୍କ ବ୍ୟସ୍ତ ଦେଖି
'ରୁହ ଟିକେ' କହୁଥିଲି ।
ଭୁଲିଗଲି 
ମୁଁ !
ଏଇ ଏବେ ଏବେ ଶବ ହୋଇଥିଲି ।୧।

ସେଇ ଏକା , ମୋତେ ପୁଣି ,
ଛୁଇଁବାରେ ଭୟ ଦେଖି 
ଉଠିବାକୁ ମନ କଲି ।
ଭୁଲିଗଲି 
ମୁଁ !
ଏଇ ଏବେଏବେ ଶବ ହୋଇଥିଲି ।୨।

ସଭିଙ୍କର  କୋହ-ଲୁହ ,
ମୋ'ପାଇଁ ଏତେ ଲୟ ,
କାନ୍ଦିବାକୁ ମନକଲି ।
ଭୁଲିଗଲି 
ମୁଁ !
ଏଇ ଏବେ ବେ ଶବ ହୋଇଥିଲି ।୩।

ଧନ - ମାନ, ଶ୍ରଦ୍ଧା - ମୋହ,
ଏତେସବୁ ପ୍ରୀତି - ଭାବ ,
ମାୟାରେ ମୁଁ ବାନ୍ଧିହେଲି ।
ଭୁଲିଗଲି 
ମୁଁ !
ଏଇ ଏବେ ଏବେ ଶବ ହୋଇଥିଲି ।୪।

ଶତ୍ରୁ-ମିତ୍ର ଏକାକାର,ଚାଲିଛି ମୋ ଶବାଧାର,
ଫୁଲ-ଘିଅ-ଝୁଣା-କାଠ , ଧୂଳି-ଦାଣ୍ଡ-ଗାଁ-ମଠ
ମଶାଣିକୁ ମନାକଲି ।
ଭୁଲିଗଲି 
ମୁଁ !
ଏଇ ଏବେଏବେ ଶବ ହୋଇଥିଲି ।୫।

✿ ଅମିୟ ବେଜ୍ , ଘଟଗାଁ , କେନ୍ଦୁଝର ✿


Rate this content
Log in