Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Neelima Nivedita Behera

Others

3  

Neelima Nivedita Behera

Others

ମାଆ ତୋତେ ନମସ୍କାର

ମାଆ ତୋତେ ନମସ୍କାର

1 min
13.6K


ମରହଟିଆ ଧୋତି ପାଇଜାମା ନୁହେଁ

ଟି’ ସାର୍ଟ ସାଙ୍ଗକୁ ଜିନ ପ୍ୟାଣ୍ଟ ଟାଇଟ୍

ଭଜନ କୀର୍ତ୍ତନର ନୂଆ ବିବର୍ତ୍ତନ

ଘୋ ଘୋ ମାଇକ୍ ଥୋ ଥୋ ଲାଇଟ୍

ଚାନ୍ଦା ପଇସା ଧାଡି ବାଉଁସରେ

କଲୋନି, ସୋସାଇଟି ଦାମିକିଆ ନାଇଟ୍ ।

ପାର୍ଥନା ଅଛି ନା ଅଛି ଏଠି ଅର୍ଚ୍ଚନା

ସାଜୁଛି ଖାଲି ଟେମ୍ପରାରି ହାଟ ସରଂଚନା

ଦୋକାନ, ବଜାର, ବେଲୁନ୍ ବାଲା

ତୁହାକୁ ତୁହା ଦହିବରା, ଚାଟ୍ , ଗୁପ୍ଚୁପ୍ ଠେଲା

ଚୁମୁକି ଲଗା ଜରିପକା ଶାଢୀ, ମ୍ୟାଚିଙ୍ଗ୍ ଚୁଡି

ଆଜିର ଲାଟେଷ୍ଟ ଫେସନରେ

ଝିଅ ଲଗାଏ ମେହେନ୍ଦି, ପୁଅ ହାତେ ଟାଟୁ ବିରାଡି

ମାଆ ପ୍ରତି ଭକ୍ତି ଓ ଶ୍ରଦ୍ଧା ପଛେ ଚୁଲିକୁ ଯାଉ

କୁତୁକୁତିଆ ମେଲୋଡିର ମଜା କିନ୍ତୁ ନିଆଯାଉ

ମାଆକୁ ଦର୍ଶନ ବାହାନା କରି

ଭୋଜନ, ବନ୍ଧୁଦର୍ଶନ ଓ ମନୋରଞ୍ଜନ ଏଇମିତି ଚାଲିଥାଉ ।

ମାଆ ଲୋ, ତୋତେ ତ ସବୁ ଗୋଚର

ତୁ ପରା ଅର୍ନ୍ତଯାମୀ, ବିରାଜୁ ସଚରାଚର

ଦେଖି ଏତେ ଭେଳିକି କେମିତି ତୁ ସ୍ଥିର ଆଉ ନିଶ୍ଚଳ

ଆଧୂନିକଣ ନାଁରେ ସଂସ୍କୃତିର ପରା ହେଲାଣି ଏଠି ସଞ୍ଜବେଳ

ଏବେ ତ ଉଠ୍ , ମହୀଶାମର୍ଦ୍ଧିନୀ, ଦୁର୍ଗତିନାଶିନୀ

ଘେନି ମୋ ଅଞ୍ଜଳି, ଏ ମର୍କଟମାନଙ୍କୁ ଟିକେ ଉଝାଳି

ଖୋଲି ଦେ ଜ୍ଞାନର ଚକ୍ଷୁ

ଦେଖନ୍ତୁ ସଭିଏଁ ତୁ ଶକ୍ତିସ୍ୱରୁପା, ବିଘ୍ନବିନାଶିନୀ ।


Rate this content
Log in