Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

MISHRA HRUSIKESH

Inspirational Others

5.0  

MISHRA HRUSIKESH

Inspirational Others

ପାନ୍ଥଶାଳା

ପାନ୍ଥଶାଳା

1 min
575



ଜୀବନ ନୁହଁଇ ସବୁଜ ବନାନୀ

ଚିର ସବୁଜିମା ପତ୍ର,

ଜୀବନ ତ ଅଟେ ଏକ ପାନ୍ଥଶାଳା

ଆମେ ଯେ ନିମିତ୍ତ ମାତ୍ର।

କେ କହି ପାରିବ କେବେ ସରିଯିବ

ଅପେକ୍ଷା ସେଠାରେ ରହି,

ପାନ୍ଥ ଶାଳା ସିନା ସ୍ଥାୟୀ ଅଟେ ହେଲେ

ଏ ଜୀବନ ସ୍ଥାୟୀ ନାହିଁ।

ଯେତେ ତୁମେ ଇଛା ସେତିକି ଧରମ

ସାଉଁଟିଣ ରଖ ଭାଇ,

ପନ୍ଥାଶାଳା ଗୋଟି ନ ପାଇବ ସେଠି

ନିନ୍ଦିବ ଭାଗ୍ୟକୁ ଯାଇ।

କେତେ ଯେ ମହାନ ଆସିକି ଗଲେଣି

ପନ୍ଥାଶାଳା ଅଛି ରହି,

ଏ ଜୀବନ ପରା ପାଣିର ଫୋଟୋକା

କାଲି ତ କେ ଦେଖି ନାହିଁ।

ଭାଗ୍ୟ କୁ ଆଦରି କର୍ମ କରିଚାଲ

ଫଳ କୁ ନ କର ଲୋଭ,

ଏ ପନ୍ଥାଶାଳାରେ ତୁମେ ହେବ ଧନ୍ୟ

ନଥିବ ମନରେ କ୍ଷୋଭ।

କର୍ମେ ରଖ ଲୟ ନିଶ୍ଚେ ହେବ ଜୟ

ମନରେ ନ ରଖି ଆଶ,

ଆଜି ମଲେ ପରା କାଲି କି ଦି ଦିନ

ଭାଷେ ମିଶ୍ର ହୃଷିକେଶ।


Rate this content
Log in

Similar oriya poem from Inspirational