Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୨

Others

3  

ଓଡ଼ିଆ ଗଳ୍ପ ଓ କବିତା - ୨

Others

ସବୁଜ ସୁଷମା

ସବୁଜ ସୁଷମା

1 min
12.7K


କବିତା ମହାନ୍ତି


ସମ୍ଭାବାନର ସବୁଜ ସପନ

ଶ୍ୟାମଳିମା ଖେଳେ ଦୋଳି

କେଦାରେକେଦାରେ ସବୁଜ ସୁଷମା

ପ୍ରକୃତିରେ ଯାଏ ଖେଳି l

ସୁନୀଳ ଗଗନ ସବୁଜିମା କ୍ଷେତ

ଅପୂର୍ବ ମିଳନ ଦୃଶ୍ୟ

ସମୀରଣ ସାଥେ ଝୁଟେ କାଶତାଣ୍ଡି

ଧବଳ ସୁମନ ହାସ୍ୟ l

ସରଣୀର ଧାରେ ପାଟ ଗହୀରରେ

କାଶତଣ୍ଡିର ସମ୍ଭାର

ଶରତ ଆସିବେ ମଆ ମୋ ମରତେ

ସ୍ଵଗତିକା ମଧୁ ଝର l

ଶାରଦାଙ୍କ ପାଇଁ ଶ୍ଵେତ କୁସୁମରେ

ସଜାଇବା ବସୁନ୍ଧରା

ଶରତ ଅମ୍ବରେ ରୂପା ଚନ୍ଦ୍ରାତାପ

ମଧୁମୟ ହେବ ଧରା l

ଶୋଭାର ଭଣ୍ଡାର ସଦୃଶ୍ୟ ଛବିଳ

ପ୍ରାଣରେ ଆନନ୍ଦ ଭରେ

ସପନେ ଗୋପନେ ସୁଷମା ପିୟୁଷ

ଏ ମନ ଭ୍ରମରେ ଝୁରେ l


Rate this content
Log in