Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Shanti Mishra

Others

3  

Shanti Mishra

Others

ଏମିତି ଝରନା

ଏମିତି ଝରନା

1 min
6.7K


ଏମିତି ଝରନା

****************************************

ଶାନ୍ତିଲତା ମିଶ୍ର , ରଚେଷ୍ଟର, ମିନେସୋଟା


ଝରି ଯାଅ ଯେବେ ତୁମେ ନିଶବ୍ଦରେ, ଆଗୋ ନିରବ ରାତିର ବର୍ଷ|

ବୁଝାଇ ପାରିବ ନାହିଁ କେ ଭାଷାରେ, କେତେ କା ମନରେ ଭର ଇର୍ଷ|

କବି ବନ୍ଧୁ ମାନେ ବସି ଯାନ୍ତି ଯେବେ, କାଗଜ କଲମ ଧରି

କଳ୍ପନା ରାଇଜେ ଭାଷି ବୁଲି, ଖୋଜି ବୁଲନ୍ତି ଶଦ୍ଦ ଚାତୁରୀ

ଲେଖିଯିବେ କିଛି ପ୍ରିୟାର ସ୍ମୁତିରେ, ଅସୁମାରୀ ପ୍ରେମ କବିତା

ସେତେବେଳେ ତୁମେ ଛପି ଛପି ଆସି, ଯୋଗାଇ ଯାଅ ପ୍ରେରଣ|

ନିଳ ଆକାଶରେ ଯେବେ ଘୋଟି ଆସ, କଳ| ବାଦଲର ସାଥେ

ସ୍ବାଗତିବେ ବୋଲି ତୁମକୁ ସତ୍କ|ରେ, ଚହଲା ମନଟା ତାକଂ, ମୟୁର ପରି ନାଚେ

ଶୁସ୍କ ମନେ ତାଂକ ଫୁଟି ଉଠେ ଅବିରତେ, ହଜାରେ କଦମ୍ବ ଫୁଲ

ଚତୁରଦିଗ ଖାଲି ଦିଶେ ରାଧାମୟ, ଶୁଭେ କର୍ଣେ ବଂସୀ ସ୍ବନ

ସ୍ମୃତି ରାଇଜରେ ବିଚରଣ କରି, ଯେବେ ସଂସାର ଯାନ୍ତି ଭୁଲି

ସପତଣୀ ପରି ଲାଗେ ତୁମ ବ୍ୟବହାର, ସେତେବେଳେ ତ ଖାଲି

ଗ୍ରୀଷ୍ମର ଦୌରାତ୍ମ୍ୟରୁ ରକ୍ଷା ପାଇଁ, ତୁମ ଆଗମନର ପ୍ରତୀକ୍ଷ| ତ, ଲକ୍ଷେକଂର ଥିଲା ରହି

କିନ୍ତୁ କାହାପାଇଁ ହେଲ ଆଶୀର୍ବାଦ, କାହାକୁ ମାରିଲ ଜଳ|ଇ

************************************************


Rate this content
Log in