ଶ୍ରମିକ
ଶ୍ରମିକ
ଶ୍ରମ ଦାନ କରି ଶ୍ରମିକ ଗଢିଛି କେତେ ଇମାରତ୍ ନଗର ଗାଆଁ
ତା ଝାଳରେ ଗୋଳି କେତେ ଧୂଳିକଣା ସ୍ଥାପତ୍ଯ ରୂପରେ ହୋଇଛି ଠିଆ ।
ସେ ଦେଖେନି ଝଡି ଵର୍ଷାର ଧାରା ଵୁଝେନି ଶୀତର କାଲୁଆ ଜାଡ
ଵୁଝେନି କେଵେ ସେ ଅଂଶୁଘାତ କଥା ଟାଣୁଆ ଖରାର ଅସହ୍ଯ ମାଡ ।
ଶ୍ରମ କରିବାଟା ଵୁଝେ ସେ କେଵଳ ପେଟ ଭୋକ ମାରି ଶୁଖିଲା ତୁଣ୍ଡେ ,
ରକତ ଫଟାଇ କାମ କରୂଥାଏ ଇଟା ମାଟି ଵୋହି ନୁଖୁରା ମୁଣ୍ଡେ ।
ଅଧାପେଟେ ତାର କଅଁଳ ଶିଶୁଟି ଆକାଶ ତଳେ ଯେ ଆଶ୍ରୟ ଖୋଜେ
ଭଲ ମୁଠେ ଖାଇ ,ଭଲ ଖଣ୍ଡେ ପିନ୍ଧି ବଞ୍ଚିବା ସ୍ବପ୍ନ ତା ସ୍ବପ୍ନରେ ହଜେ ।
ଭୋକିଲା ତା ଜାତି ଖଟିବା ତା ଧର୍ମ ଵଞ୍ଚିଵା କେବଳ ଜୀବନ ଲକ୍ଷ୍ଯ
ତା ହାତରେ ଗଢା ଉଆସ ଛାଇରେ ଆଶ୍ରୟ ଖୋଜେ ସେ ଜୀଵନ ଯାକ ।
ସମସ୍ତ ଶ୍ରମିକଙ୍କୁ ପ୍ରଣାମ ।