Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamala Satpathy

Inspirational

2  

Kamala Satpathy

Inspirational

ବେପାରର ଗୁରୁମନ୍ତ୍ର

ବେପାରର ଗୁରୁମନ୍ତ୍ର

2 mins
267



ମୁଣ୍ଡେ ହାତ ଦେଇ ବସିଅଛି ପୁଅ

ମାନ୍ଦା ବଡ ବ୍ୟବସାୟ

ମଅଲ ଯୁଗରେ, କେବିନୁ ଜିନିଷ

କିଏ ସେ କିଣୁଛି କୁହ !

ବୁଝୁନାନ୍ତି ବାପା ଯୁଗ ଏବେ ଯାଇ

କୋଉଠି ପହଞ୍ଚିଲାଣି

ଦି’ ଟଙ୍କା ଜିନିଷ କେ’ ନେବ, ଲୋକଙ୍କ

ପାଖେ ଅଛି ଟଙ୍କା ଖଣି !  

ରାଜଧାନୀ ସାରା ବିଛେଇ ପଡିଛି

ସ୍ମଲ୍ ବିଗ୍ ର ବଜାର

ରଙ୍ଗ ବେରଙ୍ଗର ଲାଇଟ୍ ଜଳେଇ

ବଢାନ୍ତି ସେ କାରବାର ।

ଶହେ ଦୁଇ ଶହ ବିକିରି କରିକି

କେମିତି ଚାଲିବ ଗାଡି

ଛ’ ପ୍ରାଣୀ କୁଟୁମ୍ୱ ଭୋକ ଉପାସରେ

ନିତି ଛାଡୁଛନ୍ତି ରଡି ।

ଚକମକ ଭରା ରୂପଭେକ ଲୋଡା

ଗ୍ରାହକ ଆକର୍ଷିବାକୁ

ଭଙ୍ଗା କେବିନି କୁ, ରଙ୍ଗଛଡା ଡବା

କିଏ ଆସିବ ଏଠିକୁ ?

ଦିନ ଥିଲା ଲୋକ ଦଶ ଟଙ୍କା ଧରି 

ଆସୁଥିଲେ ବଜାରକୁ

କେବିନି ଦୋକାନ ବଳି ପଡୁଥିଲା

ସେତେବେଳେ ମଅଲଠୁ ।

ରାଜଧାନିଆଙ୍କ ପକେଟ ଏବେ ତ

ଓଜନେ ପଡୁଛି ଝୁଲି

ଗାଡିରୁ ଓହ୍ଲେଇ ମଲ୍ ଭିତରକୁ

ଯାଉଛନ୍ତି ହଲି ହଲି ।

'ଅତି ଆବଶ୍ୟକ’ କିଛି ନାହିଁ ଆଉ

ସବୁ ହୁଏ କିଣାକିଣି

ଏମିତି ବେଳରେ କିଏ ବା କାହିଁକି

ଏଠିକୁ ଆସିବ ଟାଣି !

ମୁଚୁକି ମୁଚୁକି ବାପା ହସୁଅଛି

ଶୁଣିକି କଥା ପୁଅର

ଦି’ ଚାରି ଦିନରେ ଅଥୟ ହୋଇଲେ

କେମିତି ଚାଲିବ ଘର ?

କାହାରି ଭାଗ୍ୟରେ ପୂର୍ଣ୍ଣମୀର ରାତି

ନରହେ ଯେପରି ନିତି

ଅନ୍ଧକାରଟା ବି ସେମିତି ଉଭାଏ

ପ୍ରକୃତିର ଇଏ ନୀତି ।

କେବିନ ଆମର ଭଙ୍ଗାତୁଟା ସିନା

ହେଲେ ଜାଣିଥା ରେ ପୁଅ

ଏମିତି ବିକିରି ହେବ ବସିବାକୁ

ପାଇବୁ ନାହିଁ ସମୟ ।

ଲୋଅର ପି.ଏମ୍.ଜି ଛକ ଯେ ଏଇଟା

କୁବେରଙ୍କ ଜନ୍ମସ୍ଥାନ

ବଡ ଠାରୁ ଛୋଟ, ସବୁ ଲୋକଙ୍କର

ଏଠିକୁ ହୁଏ ଗମନ ।

ବିଧନସଭାର ଅଧିବେଶନଟା

ଆରମ୍ଭ ତ ହେଇଯାଉ

ଦେଖିବୁ କେମିତି ଗାଆଁ ଗଣ୍ଡୁ ଲୋକେ

ହେବେ ଏଠି ହାଉଯାଉ ।

ଧାରଣା ଉପରେ ଧାରଣା ଚାଲିବ

ଏକ ସଙ୍ଗେ ଦିନରାତି

ପୁରୁଷ, ମହିଳା ସବୁ ଜମା ହେବେ

ଚାଲିବ ଆଖଡା ନିତି !

ସାମ୍ୱାଦିକଙ୍କର ଜମଘଟ ହେବ

ଟିଭିରେ ଆସିବ ଫଟ

ଗଳାଫଟା ରଡି କେତେ ତୁ ଶୁଣିବୁ

ଦେଖିବୁ ବି କେତେ ନାଟ ।

ଏଇଠି ଖାଇବା, ଏଇଠି ପିଇବା

ଏଇଠି ହେବ ରହଣୀ

ଅଧିବେଶନର ସମୟେ ଫୁର୍ସତ

ପୁଅ ଜମା ମିଳିବନି !

ବିଧାନସଭାର ଭିତର ବାହାର

ହୋଇବ ଯେତେ ଗରମ

ଆମ କେବିନିର ଚା’ ପାନ ବିଡି

ଯୋଗାଇବ ଉପଶମ ।

ବିରୋଧିବାଲାଙ୍କ ଯେତେ ଉଚ୍ଚ ସ୍ୱରେ

ସର୍କାର ବିରୋଧି ହେବ

ମୋ ହାତ ସାଙ୍ଗକୁ ଚାହା ବାସନ ବି

ସେତିକି କଳା ହୋଇବ ।

ଯୋଉ କେବିନିଟା ଭଙ୍ଗାତୁଟା ବୋଲି

ନାକ ତୋର ଉଠେ ଖରେ

ତାହାରି ଦୟାରୁ କୋଠା ମୋର ଠିଆ

ରାଜଧାନୀ ଛାତି ପରେ ।

କେଇଟା ଦିନ ତୁ ଅପେକ୍ଷା କରିଯା

ଖୋଲିଯିବ ଭାଗ୍ୟ ତୋର

ମାଟି ଗୋଡି ଆଣି ଯାହା ଥୋଇଲେ ବି

ହେଉଥିବ କାରବାର ।

ସେତେବେଳେ ଭଙ୍ଗା କେବିନ ହୋଇବ

ମଅଲ ଠାରୁ ବି ବଡ

ଶାଢି ଚୁଡି ପାଣି ବିସ୍କୁଟ ଅମୁଲ

ଦୋକାନେ ଲାଗିବ ଭିଡ ।

ଗାଆଁକୁ ଫେରିଲା ପୂର୍ବରୁ ସଭିଏଁ 

ନେବେ କିଛି କିଛି ବୋହି

ସେସବୁ ପାଇଁକି ବଡ ବଜାରକୁ

କେହି ଜମା ଯିବେ ନାହିଁ ।

ବର୍ଷକର ହେବ ରୋଜଗାର ପୂରା

କେଇଟା ଦିନ ଭିତରେ

ତା’ପରେ ଦିନକୁ ଶହେ ଟଙ୍କା ପାଇ

ଚିନ୍ତା ନକରିବୁ ବାରେ ।

ଏ ତ ମହାମନ୍ତ୍ର ଅଟେ ବେପାରର

ମନେ ରଖିବୁ ତୁ ମଲାଯାଏଁ

ପ୍ରାର୍ଥନା କରିବୁ ସଭାଟା ଯେପରି

ଅଧାରୁ ଭଙ୍ଗ ନହୁଏ !

-0-


Rate this content
Log in

Similar oriya poem from Inspirational