Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sadananda Sahoo

Others Romance

2  

Sadananda Sahoo

Others Romance

ପ୍ରତାରଣା

ପ୍ରତାରଣା

1 min
7.2K


ପ୍ରେମପ୍ରଣୟର ସୀମାସରହଦ,

କଲା କିଏ ଅତିକ୍ରମ ;

ପ୍ରେମପାଇଁପ୍ରେମୀ ସାଜିଲାସୁନାମୀ,

ଲାଗଇ ବଡବିଷମ !!


ସବୁ ସମ୍ଭାବନା କଲାଆନମନା,

ଆଖି ସପ୍ନ ଗଲା ହଜି;

ପ୍ରେମ ପରିଣାମ ଖାଲିବଦନାମ,

ପ୍ରେମ ଝଡଆସେ ଗର୍ଜି !!


ପ୍ରତୀକ୍ଷାର ଅନ୍ତ ଘଟିଲାନିଶ୍ଚିତ,

ବିରହର ଚିତ୍କାରରେ ;

ପ୍ରେମିକା ନାୟିକା ସପ୍ନବିଭୀଷିକା,

ବିଷ ଦେଲା ବିଶ୍ୱାସରେ !!


ପ୍ରେମର ଜୀବନ୍ତ ରମ୍ୟ କାନ୍ତି ଦୃଶ୍ୟ,

ସ୍ମୃତିରେ ବିସ୍ମୃତି ହେଲା ;

ଅଧୁରାସପନ ଦୁଃଖର କାରଣ,

ହୃଦୟକୁ ଜାଳିଦେଲା !!


ପ୍ରତୀକ୍ଷାର ଫଳ ନୁହଁଇ ମିଷ୍ଠକ,

ଭବିଷ୍ୟତ ଅନ୍ଧକାର ;

ପ୍ରେମର ଗଣିତ ତୃଟିପୂର୍ଣ୍ଣ ମୋର,

କ୍ଷୀଣ ହେଲା କଣ୍ଠ ସ୍ୱର !!


ପ୍ରତାରଣା କଲା ମୋତେ ବାଟ ବଣା,

ଠିକଣା ମୋ' ହଜି ଗଲା ;

ମରୁ ମରୀଚିକା ଶୋଷରେ ମାରିଲା,

ତଣ୍ଟି ମୋର ଶୁଖିଗଲା !!


ପ୍ରେମପଥ ଶୂନ୍ୟ ନାହିଁ ମୋ' ସପନ,

ଅବସାଦେ ବିତେ ଦିନ ;

ହୃଦୟରେ କୋହ ଆଖିରେ ମୋ' ଲୁହ,

ମରିନି ମୋ'ପ୍ରେମ ମନ !!


ନୂଆସ୍ୱପ୍ନ ଦେଖି ପ୍ରିୟା ଗଲା ହଜି,

ପ୍ରେମ ରାଇଜକୁ ତା'ର ;

ଅଭାଗା ପ୍ରେମୀକ ତୁଟିନି ମୋ'ମୋହ,

ଶୁଣୁଚି ତା' କଣ୍ଠସ୍ୱର !!


ପ୍ରେମର ରହସ୍ୟ କରେ ଅଟ୍ଟହାସ୍ୟ,

ପ୍ରେମୀକ ସାଜିଲୁ କାହିଁ ;

ପ୍ରେମର ପାଉଣା ପାଇନୁତୁ ଜମା,

ସୁଖର ସମ୍ଭାର ନାହିଁ !!


ହେ ପ୍ରିୟା ପ୍ରହେଳିକା ମରୁ ମରୀଚିକା,

ଆସିବକି ଆଉ ଫେରି;

ମୁଁ'ପ୍ରେମୀ ସରାଗୀ ହସି ଉଠିବିକି,

ପ୍ରେମ ଜୟ ଗାନ କରି !!


!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!!


ସଦାନନ୍ଦ ସାହୁ ;

ଧୁରୁଷିଆ ; ଆଠଗଡ଼ ; କଟକ


Rate this content
Log in