Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pankajini Upadhaya

Inspirational

2  

Pankajini Upadhaya

Inspirational

ତେଜୋଦିପ୍ତ ଦୀପ୍ତି

ତେଜୋଦିପ୍ତ ଦୀପ୍ତି

2 mins
6.9K


ପଙ୍କଜିନୀ ଉପାଧ୍ଯାୟ ( ମିତା )

ଅରଙ୍ଗାବାଦ

.........

ଆକାଶରୁ ଏବେ ଅପସରି ଯିବ

ଅନ୍ଧକାରର ରାଜୁତି

ରାଜତ୍ବ କରିବ ତପନ ଆଲୋକ

ତେଜମୟ ତା'ର ଦୀପ୍ତି।

ଉଦ୍ଭାସିତ ହେବ ରକ୍ତିମ ସେ ଆଭା

ତେଜମୟ ତେଜକାନ୍ତି

ପ୍ରାଚୀ ଗଗନର ଆରକ୍ତିମା ଶୋଭା

ଶୋଭାମୟ ଶୋଭାପ୍ରୀତି।

କୋଣାର୍କକୁ ଗଢି ସେ ବିନ୍ଧାଣି ବାପୁଡା

ହଜିଗଲେ ଇତିହାସେ

ସପ୍ତ ଅଶ୍ବ ତାଙ୍କ ଏବେ ବି ଶୋଭିତ

କୋଣାର୍କ ଦୂଆରେ ହସେ।

ସତେ କି ଘୋଟକେ ରଥ ଟାଣୁଛନ୍ତି

ସିଂହାସନେ ସୂର୍ଯ୍ୟ ଦେବ

ଓହ୍ଲାଇ ଆସନ୍ତି ମର୍ତ୍ତ୍ଯମଣ୍ଡଳକୁ

ଦେଇ ପୂତ ଦିବ୍ଯାଲୋକ।

ପ୍ରଥମ କିରଣ କଅଁଳ ପରଶ

ଶିଶୁର ଶୈଶବ ପରି

ସଦ୍ଯଜାତ ଶିଶୁ ତନୁମନ ପାଇଁ

ପୂର୍ଣ୍ଣ ତେଜ ଦିଏ ଭରି।

ଦିନର ବୟସ ବଢି ବଢି ଚାଲେ

ତେଜର ପ୍ରଭାବ ଭାରି

କର ଉପକାରୀ ସାରା ଜଗତର

ଜୀବଜଗତ ଆଭାରି।

ପୂଜନ କରିବା ତପନର ଉତ୍ସେ

ଆବାହନ ମନ୍ତ୍ର କରି

ରବି ନାରାୟଣ ଶକ୍ତି ପରାୟଣ

ଶକ୍ତିକୁ ଦେବେ ବିତ୍ତରି।

ଉଚ୍ଚାରଣ କର ଆହାବନ ମନ୍ତ୍ର

ॐ ସୂର୍ଯ୍ୟଦେବାୟ ନମଃ

ॐ ଭାନବେ ନମଃ ଆଜିତ୍ଯାୟ ନମଃ

ॐ ଗ୍ରହପତିନେ ନମଃ।

ସର୍ବ ନାମ ଧରି ସ୍ମରଣ ପୂର୍ବକ

ସୂର୍ଯ୍ୟଙ୍କ ଜ୍ଯୋତିର ଆଭା

ସୂର୍ଯ୍ୟ ବୁଣୁଛନ୍ତି ଲୋହିତ କିରଣ

ପ୍ରାଚୀ ଗଗନରେ ଶୋଭା।

ପ୍ରଣାମ କରଇ ଭକ୍ତି ନିବେଦଇ

ଅଂଶୁମାନ ଦିଅ ଶକ୍ତି

ଆଧାରେ ଅଧୀର ମୋ ପ୍ରାଣ ବିଭୋର

ଦେଇ କରିଦିଅ ମୁକ୍ତି।

ସାମାନ୍ୟ ଆଲୋକ ମୋଜୀବନାଲୋକ

ବାଣ୍ଟିଦିଅ ପ୍ରତି ପ୍ରାଣେ

ଧନ୍ଯ ହୋଇଯାଉ ମାନବ ଜନମ

ମିଳୁତ ଆଶିଷ କଣେ।

ସୂର୍ଯ୍ୟଙ୍କର ଆଭା ନିଷ୍ପ୍ରଭ ହେଉଛି

ଦିନ ଅବସାନ ପ୍ରାୟ

ପ୍ରତୀଚୀ ଗଗନ ଶୋଭା ତାମ୍ରମୟ

ସନ୍ଧ୍ୟାକୁ ସ୍ବାଗତପ୍ରାୟ।

ଚଳଚଞ୍ଚଳତା ଦିବସର ତେଜ

ନିଷ୍ପ୍ରାଣ ନିସ୍ତେଜ ଭରା

ତାତିର ତପ୍ତତା ଶରୀର କ୍ଳିଷ୍ଟତା

ତୃପ୍ତିହିନ ଦିଗହରା।

ଯନ୍ତ୍ରଣାର ଯୁପ କାଠିରେ ଅତିଷ୍ଠ

ମନର ମାନସିକତା

ତଥାପି ପ୍ରାଣର ନିବିଡ ଆଶ୍ବାସ

ରହିବାକୁ ତଲ୍ଲିନତା।

ଧୈର୍ଯ୍ୟର ଆଇନା ଭାଙ୍ଗିବାର ନାହିଁ

ଲଢିବାର ସୁପ୍ରେରଣା

ସଜାଇବା ସତ ସଜ୍ଜିତ ରୂପରେ

ପ୍ରତିକୂଳ ତାକୁ ଜଣା।

ପ୍ରତିଶ୍ରୁତି ପ୍ରତି ପଦର ମୁହୂର୍ତ୍ତ

ପ୍ରକୃତିର ସୁନିୟନ୍ତ୍ରଣ

ଦୁଃଖ ସାଥେ ସୁଖ ଜୀବନ ମିଶ୍ରଣ

ସଜାଡିବା ତାକୁ ଜଣା।

ଥଣ୍ଡା ଥଣ୍ଡା ଏବେ ସମୟର ଗତି

ଭୁଲିଯିବା ସବୁ କ୍ଳାନ୍ତି

ସ୍ବାଗତିବା ପୂତ ସନ୍ଧ୍ୟା ମୁହୂର୍ତ୍ତକୁ

ଗାଇବା ପବିତ୍ର ଗୀତି।

ମାର୍ତ୍ତଣ୍ଡଙ୍କ ଦିବ୍ୟ ଉପସ୍ଥିତି ଦେଖ

ହଜିଗଲା ଦୁଃଖ ଗୀତି

ଲାଗିଗଲା ଘରେ ଘରେ ସନ୍ଧ୍ୟାବତୀ

ମନରୁ ହଜିଲା ଭୀତି।

ପୂର୍ଣ୍ଣମୀର ପୂତ ପବିତ୍ରର ବାସ

ଘରେ ଘରେ ପୂଜାର୍ଚ୍ଚନା

ଇନ୍ଦ୍ରଙ୍କ ଉତ୍ସବ ନାମେ ଅଭିହିତ

ପୂଜାପରେ ବନ୍ଦାପନା।

ଭାଗବତ ଜନ୍ମ ପାଳିତ ମନ୍ଦିରେ

ପାଳନ କରନ୍ତି ଜନେ

ପ୍ରତି ଘରେ ଭାଗବତ ପାରାୟଣ

ସଭିଏଁ ସନ୍ତୋଷ ମନେ।

ସର୍ବ ଜୀବଙ୍କର କଲ୍ଯାଣକାରି ଏ

ପବିତ୍ର ବ୍ରତ ମହିମା

ଶାନ୍ତି ମୁକ୍ତି ପ୍ରୀତି ସମତାର ପଥେ

ଫୁଟୁଥାଉ ତା ଗାରିମା।


Rate this content
Log in

Similar oriya poem from Inspirational