Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Inspirational

5.0  

BISWESWAR MAJHI

Inspirational

ମିତ ପାଇଁ ଗୀତ

ମିତ ପାଇଁ ଗୀତ

1 min
7.0K


ବାଡି ଖଣ୍ଡେ ବୋଲି ଗବ ବାଡି ଖଣ୍ଡେ

ହାତୁ ନଛାଡିବ କ୍ଷଣେ

ଶତ୍ରୁକୁ ଆଣ୍ଟେ ପାଣିକୁ କଣ୍ଟେ

ସଂଗେ ହୋଇଥିବ ଜଣେ ।

ବାଡି ଖଣ୍ଡେ ଯଦି ଏତେ ବଡ ସାଥୀ-

ସାଥୀ କଥା କି କହିବା

ସାଥୀ ହୀନ ଜନ ପଶୁଠାରୁ ହୀନ

ଶିରରେ କର ମାରିବା ।

ଭଲକୁ ପ୍ରଶଂସା ସମାଜ କରିବ

ଭୁଲ କଲେ ନିନ୍ଦା ଦେବ

ସାଥୀଟିଏ କିନ୍ତୁ ଦେହାତୀତ ଯାଏ

ଗୁଣଗାନ କରୁଥିବ ।

ଦରିଦ୍ର ସୁଦାମା ଖୁଦଭଜା ଧରି

ଦ୍ଵାରକାରେ ପହଂଚିଲେ

ପାଦଧୌତ କରି ସିଂହାସନେ ରାଇ

କୃଷ୍ଣ ଅରଚନା କଲେ ।

ଛଡାଇ ଖାଇଲେ  ଖୁଦଭଜା

ଅଷ୍ଟ ପାଟ ବଂଶୀ ଆଚମ୍ବିତ

ବଂଧୁତ୍ୱ ବୁଝେନା ଧନ ମାନ ଭେଦ

କଂଧେ ଥାଉ ଉପବୀତ ।

ବିପଦର ବଂଧୁ ବାସ୍ତବରେ ବଂଧୁ

ପିତା ମାତା ସହୋଦର

ଛାୟା ପରି କାୟା ଦିଏ ଅର୍ଦ୍ଧାଂଗିନୀ

ସାଥୀ ଜନ୍ମ ଜନ୍ମାନ୍ତର ।

ରବିଙ୍କ ଦକ୍ଷିଣାୟନେ କମଳିନୀ

ଝାସଦେଇ ହୁଏ ସତୀ

କେତେ ଦୂରେ ଚନ୍ଦ୍ର କାହିଁ କୁମୁଦିନୀ

ଅଭେଦ୍ୟ ତାଙ୍କର ପ୍ରୀତି ।

କର୍ଣ୍ଣ ମହାବୀର ଦୁର୍ଯ୍ୟୋଧନ ସଖା

ଲାଗି ଅନ୍ୟାୟର ସାଥେ

ମରଣକୁ ପଛେ ବରଣ କରିଲେ

ଛାଡିଲେନି ଅଧା ପଥେ ।

ସାଥୀ ବିନା ନାହିଁ ଜୀବନର ମୂଲ୍ୟ

ସାଥୀକୁ ଭୁଲିବା ନାହିଁ

ମିତ୍ରଦ୍ରୋହୀ ଗତି ନରକକୁ ହୁଏ-

ଗୀତଟିଏ ମିତ ପାଇଁ ।

-ବିଶ୍ୱେଶ୍ୱର ମାଝୀ-

M: 9437697161

majhibisweswar@gmail.com


Rate this content
Log in

Similar oriya poem from Inspirational