ଆକାଶରେ ନାହିଁ ଜହ୍ନରେ ନାହିଁ ମୁଁ
ଆକାଶରେ ନାହିଁ ଜହ୍ନରେ ନାହିଁ ମୁଁ
ମହାସ୍ମୀତା
ଆକାଶରେ ନାହିଁ ଜହ୍ନରେ ନାହିଁ ମୁଁ
ନାହିଁଟି ତାରକା କୋଳେ
ହଜିଯାଇଛି ମୁଁ ଅମା ଅନ୍ଧକାରେ
ବିରହ ନଈର ତୀରେ
ଫେରି ଆସିବି ମୁଁ ଅନ୍ଧାର ରାତିରେ
ଦ୍ଵିତୀୟା ଜହ୍ନକୁ ନେଇ
କଳଙ୍କର ଯେତେ କାଳିମାକୁ ମୁଁ
ପଣତରେ ପୋଛିଦେଇ
ଜୋଛନାକୁ ଯେବେ ହାତ ବଢ଼ାଇଛି
ଅନ୍ଧାର ଆସିଛି ନଇଁ
ପ୍ରୀତିର ସାଗରେ ମିଶି ମୁଁ ଯାଇଛି
ଆବେଗ ଅଧୀର ହୋଇ
ଜହ୍ନର ସାଥିରେ କଥା ହେଉ ହେଉ
ଧୀରେ ଧୀରେ ରାତି ବଢେ
ଛିଡି ଯାଇଥିବା କାହାଣୀ ଖିଅକୁ
ହୃଦୟରେ ବସି ଯୋଡେ।