Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bikesh Sahu

Classics

1  

Bikesh Sahu

Classics

ବାପା ! ମୁଁ ବଡ ହେଇ ଯାଇଛି

ବାପା ! ମୁଁ ବଡ ହେଇ ଯାଇଛି

1 min
137


ବାପା!

ତୁମ ପରି

ଛାତିର ତମାମ କୋହକୁ 

ଛାତିରେ କବର ଦେଇ 

ଆଖି ଲୁହ ସବୁକୁ 

ପାଟିରେ ପିଇ 

କେମିତି ଓଠରେ ଫୁଟେଇବାକୁ ହୁଏ ମିଛ ହସ ?

ଆଜି ମୁଁ ଶିଖି ନେଇଛି ।

ତୁମ ପରି 

ପେଟର ପେଟେ ଭୋକକୁ 

ପେଟରେ ଜାକି 

ମାଟି ଆଉ କାଦୁଅକୁ ଦେହରେ ମାଖି 

କେମିତି ନିଜକୁ ସଜେଇବାକୁ ହୁଏ ପଥର ?

ସେସବୁ ମୁଁ ଜାଣି ସାରିଛି ।

ତୁମ ପରି 

ଆଖିର ଆଖିଏ ନିଦକୁ 

ଆଖିରେ ମାରି 

ତମାମ ଚିନ୍ତା ଆଉ ଦୁଃଚିନ୍ତାକୁ 

ଛାତିରେ ଜାକି 

କେମିତି କରାଯାଏ ଚିନ୍ତାଶୂନ୍ୟର ଅଭିନୟ ?

ସେତକ ମୁଁ ଶିଖି ନେଇଛି ।

ତୁମ ପରି 

ଛାତିରେ ଛାତିଏ ସାହସ 

ଆଖିରେ ଆଖିଏ ସ୍ଵପ୍ନ 

ଆଉ ସମୟ ସାଥିରେ ସାଲିସ କରି 

କେମିତି ଜୀଇଁବାକୁ ହୁଏ ଜୀବନ ?

ଏଇ ତ ମୁଁ ଜାଣି ସାରିଛି ।

ବାପା ମୁଁ ବଡ ହେଇ ଯାଇଛି ।


Rate this content
Log in