Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Inspirational

4.8  

Writer Roja Panda

Inspirational

କଲମ ମୁନ

କଲମ ମୁନ

1 min
13.8K


କଲମ ମୁନର ଏତିକି ଶକତି

ଖଣ୍ଡାଧାର ଠୁ ବି ଧାରୁଆ ଅତି ॥

ତାଦ୍ୱାରା ନିର୍ଦ୍ଦୋଷ ପାଉଛି ଫାଶୀ

ଦୋଷୀ ଦୋଷ କରି ଯାଉଛି ଖସି ॥

କେବେ ସେ ନ୍ୟାୟର ଲେଖେ ସ୍ଲୋଗାନ

କେବେ ଅନ୍ୟାୟାର କରେ ସେ ଗାନ ॥

ଭୁଲ ଲୋକ ହାତେ ପଡିଲେ ଥରେ

ଅନ୍ଧପୁଟୁଳି ସେ ବାନ୍ଧେ ନ୍ୟାୟରେ ॥

ଠିକ ଲୋକ ଯେବେ ଧରଇ ତାକୁ

ବ୍ୟବହାର କରେ ଧର୍ମେ ତାହାକୁ ॥

ସତ୍ୟ ଲେଖି ସିଏ ଅଧର୍ମ ନାଶେ

ସେଇ ଲେଖା ବଳେ ଜଗତ ହସେ ॥

କଲମ ଏମିତି ଅପୂର୍ବ ରତ୍ନ

ସଭିଏଁ ତାହାର କରନ୍ତି ଯତ୍ନ ॥



ନେତାଜୀ ନଗର,

ମଧୁପାଟଣା,

କଟକ


Rate this content
Log in

Similar oriya poem from Inspirational