Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sadananda Sahoo

Thriller

1.4  

Sadananda Sahoo

Thriller

ସଂସାରେ ସଂସାରୀ

ସଂସାରେ ସଂସାରୀ

1 min
247


ସଂସାରେ ସଂସାରୀ ସୁଖଦୁଃଖ ସାଥୀ 

    ନିଆରା ଜୀବନ ଶୈଳୀ

ସମୟରେ ତାଳେ କର୍ମ ଅଗ୍ରସରେ 

   ପରିବାର ପୋଷେ ପାଳି । 

ଜୀବନ ଯୁଦ୍ଧରେ କିଏ ଜିତେ ହାରେ 

    ସଂକଳ୍ପ ବିକଳ୍ପ ମଧ୍ୟେ ,

ଅଭାବେ ସଭାବେ କିଏ ସାହା ହୁଏ

   ସମୟ କରାଳ ସ୍ରୋତେ । 

ପିଲା ପରିବାର  ସମ୍ପଦ ବିଭବ 

    ଗୃହକର୍ତ୍ତା  କୃତିଛବି

ଆସକ୍ତ ବିମୁଗ୍ଧ  ମନପ୍ରାଣ ଚିତ୍ତ 

   ଅନୁଭବେ ଅନୁଭବୀ । 

ସ୍ଵର୍ଣ୍ଣିମ ମନ୍ଦିରେ ଅର୍ଦ୍ଧାଙ୍ଗିନୀ ହସେ 

   ଶୁଭବେଳା ଅନୁପ୍ରାସେ

ଶାବକ ସନ୍ତକ ସମୃଦ୍ଧି ପ୍ରତୀକ 

  ଭାବନାରେ ସଦା ଭାସେ ।

ଆନନ୍ଦ ଉଲ୍ଲାସ ମୁଖେ ଚିର ହସ 

   ଗୌରବ ଗାରିମା ଗାଥା

ସଫଳତା ମନ୍ତ୍ର ପିତା ମାତା ତନ୍ତ୍ର 

   ନଇଁ ଯାଏ ଆପେ ମଥା । 

ସଂସାର ମାୟାରେ ସଭିଁଏ ବାୟାରେ 

    ଆସକ୍ତିରେ ବିତେ ଦିନ

ପ୍ରୀତି ପ୍ରିୟା ରାଣୀ ସୁନାର ଘରଣୀ 

    ସୃଷ୍ଟିର ନିଆରା ଧନ । 

ମନ ପ୍ରାଣ ଚିତ୍ତ ଯୋଡି ହୁଏ ସତ 

   ସୁଖର ସଂସାର ପାଇଁ

ଥିଲେ ମଧ୍ୟ ଦୂରେ ପତିଦେବ ଝୁରେ 

   ସପନ ନିଦରେ ଚେଇଁ । 

ସମୟ ବାପୁଡା କରେ ପଥହୁଡା 

   କର୍ମଜଞ୍ଜାଳରେ ସତେ

ଦୂର ରାଇଜରେ ଗୃହକର୍ତ୍ତା ରହେ 

   ଅବସାଦେ ଦିନ ବିତେ । 

ତଥାପି ଏ'ମୋହ ଅସରନ୍ତି ସ୍ନେହଁ 

    ବିଶ୍ଵାସର ବସା ଘର

ଜୀବନ ଯାତ୍ରାର ଅବିଛେଦ୍ୟ ଅଙ୍ଗ 

    ଭାବପ୍ରୀତି ଗନ୍ତାଘର । 

ପରିବାର ପ୍ରତି ଅଜାଡିବା ପ୍ରୀତି 

    ଆସକ୍ତିରେ ହେବା କାବୁ

ସମୟ ସ୍ରୋତରେ ଭାସି ଯିବା ଆମ୍ଭେ

      ରହିଯିବ ସ୍ମୃତି ସଵୁ । 


Rate this content
Log in