Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Sashi Bhushan Mohapatra

Inspirational

4.8  

Dr.Sashi Bhushan Mohapatra

Inspirational

ଗୋଟିଏ ସ୍ପନ୍ଦନ

ଗୋଟିଏ ସ୍ପନ୍ଦନ

1 min
638



ଏମିତିକା ଏକ ଦେଶ

ଯେଉଁଠି ପାଣି, ପବନ

ମାଟି ଓ ଆକାଶରେ

କ୍ରିକେଟର ଅନୁଭବ |


ସକାଳୁ ରାତି ଯାଏ

ଚବିଶ ପ୍ରହର

କ୍ରିକେଟର ନାମଯଜ୍ଞ,

ଯଜ୍ଞର ଆହୁତି ପାଇଁ

ତପସ୍ୟାରେ ଅନେକ ସମର୍ଥକ |


କୋଣ ଅନୁକୋଣେ

କ୍ରିକେଟର ନାଦ ଓ ନିନାଦ,

କ୍ରୀଡା ଜଗତର

ଐତିହ ଓ ସଂସ୍କୃତିରେ

ସଂଜୀବନୀ ମନ୍ତ୍ର |


କାଶ୍ମୀରରୁ କନ୍ୟାକୁମାରୀ

ସମସ୍ତଙ୍କ ହୃଦୟରେ

ଗୋଟିଏ ସ୍ପନ୍ଦନ,

ନିଶ୍ୱାସ ଓ ପ୍ରଶ୍ୱାସରେ

କ୍ରିକେଟ ହିଁ ଜୀବନ |


ଦେଶବାସୀଙ୍କ ଅସ୍ଥି ମଜ୍ଜାରେ  

ଏବେ କ୍ରିକେଟ ହିଁ କ୍ରିକେଟ,

ଆତ୍ମବିଭୋର ହୋଇ

ସମର୍ଥକମାନେ କରୁଛନ୍ତି

କ୍ରିକେଟ୍ରର ଜୟ ଗାନ |

****************



Rate this content
Log in