Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pankajini Upadhaya

Others

2  

Pankajini Upadhaya

Others

ଶନିବାରର ଶନିଦେବ

ଶନିବାରର ଶନିଦେବ

1 min
6.9K


ସକାଳର ଭିଡ ମୁହୂର୍ତ୍ତ ବେଳାରେ

ସମୟର ଅଭିମାନ

ଶନିବାର ଦିନ ଶନିଦେବଙ୍କର

ସମ୍ପୁର୍ଣ୍ଣ ବିରାଜମାନ।

ପୂଜା ପଦ୍ଧତିରେ ବିଭ୍ରାଟ ହୋଇଲେ

ବସିବେ ମସ୍ତକ ସ୍ଥାନ

ସକାଳୁ ସକାଳୁ ପୂଜା ଫୁଲ ଧରି

ନାରୀ ପୀଠେ ଅବସ୍ଥାନ।

ଶନି ଦେବତାଙ୍କୁ ସନ୍ତୁଷ୍ଟ ବିଧାନେ

ସଭିଙ୍କର ଆଗମନ

ମନ୍ତ୍ର ପାଠ ସାଥେ ମନ୍ଦାର ମାଳାରେ

ଶନିଙ୍କୁ ଆକୃଷ୍ଟ ମନ।

ପରବାର ସୁଖ କାମନା ବାସନା

ମନରେ ଦିବ୍ୟ ଭାବନା

ଗୋଟି ଗୋଟି କରି ଭକତିରେ ବୁଡି

କରୁଛନ୍ତି ଆରାଧନା।

ଏକ ଏକ ଭକ୍ତି ସାରା ବିଶ୍ଵ ଶକ୍ତି

ବିଶ୍ଵରେ ଶାନ୍ତି ବିରାଜୁ

ନୈତିକ ବଳରେ ଶନି କୃପା ବଳେ

ସମ୍ପର୍କରେ ସୁସ୍ଥ ରାଜୁ।

ସୂର୍ଯ୍ୟଙ୍କର କର ପ୍ରବଳ ହେଉଛି

ସୁନେଲି କିରଣ ଧାରା

ପରିବେଶ ଶାନ୍ତ ବିକାଶ ନିଶ୍ଚିନ୍ତ

ଭାବନାରେ ଭାବ ଭରା।

କାଳିଆ ଠାକୁର ବିଜେ ମୋ ଦୁଆର

କରୁଣାର କାରୁଣିକ

ଜଗତ କଲ୍ୟାଣ ହିତ କରିବାରେ

ହେବେନାହିଁ ପରାଙ୍କ୍ଷୁଖ।

ହୃଦୟ ହୃଦୟୁ ବିରାଜିତ ହୁଅ

କୁକାମନା ହେଉ ଧ୍ବଂସ

ମଙ୍ଗଳ ତ ହେଉ ପୁଷ୍ପ ବି ବରସୁ

କଳୁଷର ହେଉ ନାଶ।


Rate this content
Log in