Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Mallik

Others

4  

Ajit Kumar Mallik

Others

ପୂର୍ଣ୍ଣିମା ରାତିର ଜହ୍ନ

ପୂର୍ଣ୍ଣିମା ରାତିର ଜହ୍ନ

1 min
13.2K


(ପୂର୍ଣ୍ଣିମା ରାତିର ଜହ୍ନ)

ଦେଖିଲି ମୁହିଁ ପୂର୍ଣ୍ଣିମା ରାତିରେ

ସରୋବର ତଟ ଜଳ ,

ପାରଦର୍ଶୀ ପରି ଚମକ ଦର୍ପଣ

ଶୁଭ୍ର ଶୀତଳ ସେ ଜଳ ||

ଆସିଥିଲା ବୋଧେ ଗଗନରୁ ଜହ୍ନ

ମେଣ୍ଟାଇବା ପାଇଁ ଦାଗ ,

କୁମୁଦିନୀ ଡେଣା କୋମଳ ସ୍ପର୍ଶରେ

ପାଇଯିବ କୁରୁବିନ୍ଦ ||

ଲୁଚି ଆସିଥିଲା ନିର୍ଜନ ପ୍ରଦେଶ

ନୀରବ ମୃଦୁ ମହ୍ଲାରେ ,

ନିର୍ଭୀକ ଦେଖିଲି ଶୁଭ୍ର ଜ୍ୟୋସ୍ନା ସ୍ନାନ

ନିର୍ଲଜ୍ଜ ଜଳ ବିହାରେ ||

ସୁବାସିତ କୁଞ୍ଜ ମୃଦୁହାଶ୍ୟ ମୟ

ତା ପ୍ରତିଟି ପାଦ ଚିହ୍ନ ,

ଅନ୍ତିମ ପ୍ରହର ରାତି ଯେବେ ହେଲା

ଲୁଚି ଚାଲି ଗଲା ଜହ୍ନ ||

          ଅଜିତ କୁମାର ମଲ୍ଲିକ


Rate this content
Log in