Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhakta Malla

Others

2  

Bhakta Malla

Others

ପ୍ରେମ

ପ୍ରେମ

1 min
6.6K


ପ୍ରେମ ଅଟେ ଶିଶୁ ଓଠେ - ନିର୍ମଳ ନିଷ୍ପାପ ହସ

ପ୍ରେମ ନୁହେଁ ପ୍ରବଞ୍ଚନା - ହତାଶା ର ପୂର୍ଣ୍ଣ ଦୀର୍ଘ ଶ୍ବାସ,

ପ୍ରେମ ନୁହେଁ ନିଦାଘର ଖର ରୌଦ୍ରତାପ

ପ୍ରେମ ସିଏ ଜଗାଏ ଯେ - ମନ ତଳେ ବିଶୁଦ୍ଧ ବିଶ୍ବାସ ।

ଯୁବକର ଯୌବନ ସେ- ଯୁବତୀର ଛାତିର ସ୍ପନ୍ଦନ

କାଳେ କାଳେ ପ୍ରେମ ଆଙ୍କେ- କଳି ବୁକେ ଅଳିର ଚୁମ୍ବନ,

ପ୍ରେମ ନୁହେଁ ଶ୍ରାବଣର ବଜ୍ରଶୂଳ - ବିଜୁଳି ଚମକ

ପ୍ରେମ ସିଏ ଢାଳେ ଯିଏ - ଦଗ୍ଧ ପ୍ରାଣେ ଶୀତଳ ଚନ୍ଦନ ।

ପ୍ରେମ ନୁହେଁ ସାଗରର ନୀଳ ଢେଉ - କୂଳ ଛୁଇଁ ଫେରିଯିବା ପାଇଁ

ପ୍ରେମ ଯେବେ କୂଳ ଛୁଏଁ- ଆଉ କେବେ ଫେରିଯାଏ ନାହିଁ ,

ପ୍ରେମ ଏକ ନୀଳ କଇଁ - ଦୃଷ୍ଟି ବଦ୍ଧ ସୁନୀଳ ଆକାଶ

ଚାନ୍ଦ କୋଳେ ମଥା ଗୁଂଜି - ସୁଷୁପ୍ତି ରେ ଶୋଇଯିବା ପାଇଁ ।

ପ୍ରେମ ନୁହେଁ ବସନ୍ତର ଦିନିକିଆ ହଳଦୀବସନ୍ତ -

ଆସିଅଛି ଗାଇବାକୁ - କ୍ଷଣ ପାଇଁ ବେସୁରା ସଂଗୀତ ,

ପ୍ରେମ ଅଟେ ପୂର୍ଣ୍ଣିମାର ପରିପୂର୍ଣ୍ଣ ପ୍ରଗାଢ ପ୍ରଶାନ୍ତି

ନିଜେ ମଜ୍ଜି- ନିଜେ ହଜି - ଗାଉଥାଏ ଜୀବନର ଅସରନ୍ତି ଗୀତ ।

ବୟସର ବାର୍ଦ୍ଧକ୍ୟ ରେ ପ୍ରେମ ରଚେ- ବିପୁଳ ବିମୁଗ୍ଧ ମାୟା

ପ୍ରଶାନ୍ତିର ବେହରଣ - ବଟବୃକ୍ଷ ସୁଶୀତଳ ଛାୟା

ପ୍ରେମ ନୁହେଁ ଖଦ୍ୟୋତ ର ମିଂଜି ମିଂଜି ନିଷ୍ପ୍ରଭ ଆଲୁଅ ,

ପ୍ରେମ ଏକ ଦିବ୍ୟଜ୍ୟୋତି - ଅସୀମିତ ଶକ୍ତିର ବଳୟ ।

ପ୍ରେମ କେବେ ଖୋଜେନାହିଁ ଆଶାବାଡି - ନିଜେ ସିଏ ସାହାରା ନିଜର

ପ୍ରେମ ହୁଏ ଆଶାବାଡି - ଯଉବନ ଲତା ପାଇଁ, ଚଢିବାକୁ ଉତ୍ତୁଙ୍ଗ ଶିଖର

ପ୍ରେମ କେବେ ଖୋଜେନାହିଁ - ଅବରୁଦ୍ଧ ଦେହର ଦେଉଳ ,

ପ୍ରେମ ଏକ ସ୍ବର୍ଗୀୟ ଶାନ୍ତି - ପରିବ୍ୟାପ୍ତ ଦେହାତୀତ କାଳ ।।


ଶ୍ରଦ୍ଧା ର ସହ

ଭକ୍ତ ଚରଣ ମଲ୍ଲ ।

କେନ୍ଦ୍ରାପଡା ।


Rate this content
Log in