Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ଈଶ୍ବର କେଉଁଠି

ଈଶ୍ବର କେଉଁଠି

1 min
7.0K


ଈଶ୍ଵରଙ୍କୁ ଖୋଜି ବୁଲୁ ଆମେ ମନ୍ଦିରର ପାଷାଣ ମୂର୍ତ୍ତିରେ

ପାଷାଣର ପ୍ରାଣ ଅଛି ଯଦି ଡେଇଁଥାନ୍ତ କି ସିଂହ ଦୁଆରେ !

ପାଷାଣ ମୂର୍ତ୍ତି ଆଗରେ ନିର୍ଭୟରେ ହୁଏ ବ୍ୟଭିଚାର

ପାଷାଣର ପ୍ରାଣ ଥିଲେ ପାପୀ ପ୍ରାଣ ଧରି ଥାନ୍ତା ସ୍ୱଦେହର !

ଈଶ୍ଵର ମନ୍ଦିରେ ବସିଲେ ଚାଲନ୍ତା କି ସଂସାର ଆଗକୁ

ଦେବାଦେବୀ ତେତିଶ କୋଟିର କିଏ ଅବା ରଖିବ କାହାକୁ !

ଦ୍ଵାଦଶ ଆଦିତ୍ୟ ଏକାଦଶ ରୁଦ୍ର ଅଷ୍ଟ ବସୁ ପୁଣି

ଅଶ୍ଵିନୀ କୁମାର ମିଶି ତେତିଶ ପ୍ରକାର ଦେବତାଟି ଗଣି ।

ଗୀତାର ମହତ ବାଣୀ ଅଖଣ୍ଡ ମଣ୍ଡଳାକାର ଏହି ସୃଷ୍ଟି

କୋଟି କୋଟି ତାରା ସୂର୍ଯ୍ୟ ଯହିଁ ମହାଶୂନ୍ୟେ ଭାସି ବୁଲୁଥାନ୍ତି ।

ଆରମ୍ଭ କେଉଁଠୁ ଶେଷ କେଉଁ ଠାରେ ସର୍ବେ ଅଗୋଚର

ଝୁଲୁଛି ପୃଥିବୀ ଆମ ପର୍ବତ ବନାନୀ ଧରି ନଦୀ ଓ ସାଗର ।

ଅଣୁଠାରୁ ସାନ ଯା’ ଶରୀର ସବୁ ଠାରୁ ବଡ କର ଗଣ୍ୟ

ଈଶ୍ଵରଙ୍କ ଶରୀର ବର୍ଣ୍ଣନା ଶୂନ୍ୟ ଶୂନ୍ୟ ଅଟେ ମହାଶୂନ୍ୟ ।

ଇତିହାସ କେତେ ହଜିଯାଏ କାଳ ବକ୍ଷେ ବର୍ଷ ମାସ କି ବା’

ଅନନ୍ତ ମାହାଳକୁ ଈଶ୍ଵରଙ୍କ ଆୟୁଷ ହେଜିବା ।

ଅନନ୍ତ ପ୍ରକୃତି ବକ୍ଷେ ଜନ୍ମ ଆମ ଲୀନ ହେବା ତହିଁ

 ତୃଣ ତରୁ ଶସ୍ୟ ଫୁଲ ଫଳ କୁଳୁ ନାଦେ ନଦୀ ଯାଏ ବହି ।

ଖାଦ୍ୟ ଖାଦକ ଉଭୟ ନିର୍ଭୟରେ ହୁଏ ଚଳାଚଳ

ନଜାଣଇ କେହି ବି କାହାର ପୁରିଯିବ କେବେ ଅବା କାଳ !

ଅଢେଇ ଦିନକୁ ମନ କରେ କେତେ ବଢେଇ ବାଡେଇ

ମାନବ ସେବାରେ ମାଧବ ପ୍ରାପ୍ତି ଦିଏ ଏକଥା ଭୁଲେଇ ।

-ବିଶ୍ଵେଶ୍ୱର ମାଝୀ-


Rate this content
Log in