Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Anasuya Panda

Others Abstract

4.8  

Anasuya Panda

Others Abstract

ଆପଣାର

ଆପଣାର

1 min
514


ମୋ ସ୍ବପ୍ନର ଇଲାକାରେ କେହି ଜଣେ ଆସିବ, 

ଯାହା ପାଇଁ ଥିଲା ବର୍ଷ, ବର୍ଷନ୍ତର ନିଘା, 

ରାତି ରାତିର ଭାବନା, 

ଏକାନ୍ତ, ନିରୋଳା ତପସ୍ୟା l


ଏତ ଦିନେ ନିଶ୍ଚୟ ଘଟିବ, 

କେହି ଜଣେ ନିକଟରୁ, ଖୁବ ଆପଣାର ହେବ l

ଅସରନ୍ତି କଳନାରେ ପୂର୍ଣ୍ଣ ଛେଦ ଟାଣି, 

ଭାବନାର ରଙ୍ଗୀନ ପରଦା ଆଡେଇ ମନର ମଣିଷ ସାଜିବ l


ସେ ଏକ ଅନ୍ତିମ ଅଭିପ୍ସା ଯାହା ଯୋଡା଼ ହୋଇଛି 

 ଅନେକ ଅନେକ ମିଠା ମିଠା ଯୋଜନାରେ l 


ମନ ଖୋଜି ବୁଲେ ଏକ ଶ୍ରେଷ୍ଠ ପ୍ରତିମ, 

ଯେ ହିଁ ବୁଝି ପାରିବ କେବଳ ଅକୁହା କଥା, 

ପଢି ପାରିବ ମୋ ଅବୁଝା ଆଖି, 

ପୋଛି ନେବ ଅଶେଷ ବେଦନା l


ସେ କେହି ନୁହେଁ, 

ସେ କେବଳ ସେ, 

ଯେ ରହିବ ଚିରଦିନ ପାଖେ ପାଖେ, 

ଖୁବ ଆପଣାର ବନ୍ଧୁ ପରି ବନ୍ଧୁ ଟିଏ ହୋଇ l


****


Rate this content
Log in