Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Sashi Bhushan Mohapatra

Inspirational Others

5.0  

Dr.Sashi Bhushan Mohapatra

Inspirational Others

ଋତୁରାଜ

ଋତୁରାଜ

1 min
243


ଫୁଲର ସମ୍ଭାର ନେଇ,

ଋତୁରାଜ ଆସିଛି,

ପିୟୁଷ ଫୁଲରୁ ଝରୁଛି,

ମଳୟ ଦେହକୁ ଛୁଉଁଛି,

ପତ୍ର ଝଡା ତରୁ ବୃକ୍ଷେ,

ଶ୍ୟାମଳିମା ପତ୍ରେ ପତ୍ରେ ଭରୁଛି,

ପକ୍ଷୀଟିଏ ପଲ୍ଲଵ ଗହନେ,

ସେଥିପାଇଁ ଗୀତଟିଏ ଗାଉଛି |


ମଳୟର ହିଲ୍ଲୋଳ ସଭିଙ୍କୁ,

କରିଲାଣି ଅବିରତ କଲ୍ଲୋଳ,

ଫୁଲମାନେ କଲେଣି ନିମନ୍ତ୍ରଣ

ଭ୍ରମର ଆସି ହେଲେଣି ଠୁଳ,

ଫୁଲର ଝୁଲଣରେ ଝୁଲି ଝୁଲି,

ପ୍ରଜାପତି ହେଲେଣି ପାଗଳ,

ଉପବନ ଆଜି ମଧୁବନ

ମଧୁପ କରିବେ ମଧୁପାନ |


ଧାରବାସୀ ସମସ୍ତେ ଜାଗ୍ରତ,

ମୁଁ ଏକାକୀ ସମବିଷ୍ଟ,

ଧରାବୀ ଶ୍ରେଷ୍ଠ ସୌନ୍ଦର୍ଯ୍ୟରେ ଭୂଷିତ,

ବସନ୍ତ ପଞ୍ଚମୀରେ ସରସ୍ୱତୀଙ୍କୁ,

କରିବାକୁ ସ୍ୱାଗତ,

ଜୀବନ ବିଣାରେ ମା'ଗୋ,

ତୋଳିଦିଅ ମଧୁର ସଂଗୀତ |


ମନ୍ଦ ମନ୍ଦ ମଳୟରେ କୁସୁମ ମହକ,

ହୃଦୟ ହୁଏ ରୋମାଂଚିତ,

ପ୍ରାଣ ଅମୋଦିତ,

କୋକିଳର କୁହୁ କୁହୁ ତାନ,

ଆଃ! କି ସକରୁଣ ପ୍ରେମ ନିବେଦନ,

ଏ ସବୁର ସମାବେଶେ ସଭିଏଁ ନିମଗ୍ନ,

ଶିବ ରାତ୍ରିରେ ଜ|ଳିବାକୁ ଜୀବନ ପ୍ରଦୀପ|,

ଚାରିଆଡେ ଆସିଯିବ ରଙ୍ଗର ଖେଳ,

ଦୋଳ ବେଦିରେ ପୂଜା ପାଇବେ,

ରାଧାକୃଷ୍ଣଙ୍କ ମୂର୍ତି ଯୁଗଳ|,

ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ର,

ଚାରିଆଡେ ହେବ ଜୟଗାନ |


ଚଇତି ଘୋଡା ଆଉ ଝାମୁ ଯାତ୍ରାରେ,

ଯୋଡି ହୋଇଯିବ ସାମାଜିକ ବନ୍ଧନ,

ହେ! ରସସ୍ରାବୀ ଚିର ବସନ୍ତ,

ତୁମେତ ସମସ୍ତଙ୍କର ପ୍ରାଣର ଆବେଗ,

ଋତୁଚକ୍ରର ଆବର୍ତ୍ତନରେ,

ତୁମେ ଋତୁରାଜ ବସନ୍ତ |



Rate this content
Log in

Similar oriya poem from Inspirational