Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ଆଊ କେତେ କାଳ ?

ଆଊ କେତେ କାଳ ?

1 min
6.7K


ନୃସିଂହ ତରାଇ


କହିବ କହିବ ବୋଲି

ଡେରି ହୋଇଚି ଅନେକ

ଆଉ କେତେ କାଳ

ଚୁପ୍ ରହିବ କୁହ ?


ତମେ ହାତ ଟେକିନ ବୋଲି

ସବୁ ସଂଖ୍ୟାରେ ଅଧିକ

ସବୁଠି ସେମାନଙ୍କର

ଜୟଜୟ କାର !


କେଉଁଠି କେଉଁଠି

ଚିରକାଳ କି ସାମୟିକ

ତମ ନିରବତା ହିଁ

ଡାକି ଆଣିଚି

ଗୋଟେ ଗୋଟେ ସଙ୍କଟ l


କେତେକାଳ ତମେ ଚୁପ୍ ଥିବ

ବୁଜି ରହିଥିବ

ଆଖି କାନ ପାଟି

ନିରୀହ ପ୍ରାଣୀପରି

ଆଉ କେତେ କାଳ ନାଚାର ?

ତମେ କୁହ l


ତମ ଚୁପ୍ ରହିବାର

ଶେଷତମ ନିର୍ଯାସକୁ ଦେଖ

ନୂଆ ନୂଆ ଚିତ୍ରକୁ ବି ଦେଖ

କେଉଁଠି ଝଡି ପଡୁଚି

କଅଁଳ କଢ ତ

କତିଲ ହେଉଚି କଞ୍ଚା କଞ୍ଚା ବିଶ୍ଵାସ

କେଉଁଠି ଲୁଟ୍ ହେଉଚି

ଜମି ଜଳ ଜଙ୍ଗଲ

ଜର ଜର ରକ୍ତ ପାଦକରେ

ମୁଁ ପାର କରୁଚି

ମୋର ପ୍ରିୟତମ ବେଳ l


Rate this content
Log in

Similar oriya poem from Classics