Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Sashi Bhushan Mohapatra

Others

5.0  

Dr.Sashi Bhushan Mohapatra

Others

ବର୍ଷା

ବର୍ଷା

1 min
491



ବର୍ଷା କଦମ୍ବ ବୃକ୍ଷ ମୂଳେ

ମୋ ଦେହକୁ ଛୁଇଁଛି

ସୁଖ ବି ପାଇଛି |

ସେ ବା କାହାକୁ ଛାଡ଼ିଛି

ନଈ କୂଳରେ

ଗଛ ଡାଳରେ

ତମାମ ବର୍ଷିଛି

ଘର ଉପର ଟିଣ ଛାତକୁ

ତାବଲା କରି ଧୁମ୍ ଛେଚିଛି

ବର୍ଷା କିନ୍ତୁ ମୋତେ ତଲ୍ଲୀନ କରିଛି |


କେଉଁଠି ନାଚିଛି ତ

କେଉଁଠି ଗାଇଛି

ତୃଷ୍ଣା ମେଣ୍ଟାଇଛି କାହାର

କାହାର ବଢ଼ାଇଛି

କାହାକୁ ବିରହରେ ଜାଳିଛି

କାହାକୁ ତିନ୍ତାଇଛି,

ସମସ୍ତଙ୍କୁ ଛୁଇଁଛି

ଛୁଇଁ ଛୁଇଁ ଏ ଧରାରେ

ଟୋପା ଟୋପା ଅମୃତ ସିଂଚିଛି |


ମୁ ଆଜି ନୀରବରେ ଦେଖୁଛି

ବିଜୁଳି ଚାବୁକରେ ବର୍ଷା କେମିତି

ମେଘରୁ ବର୍ଷୁଛି

ଫୁଲରୁ ଝରୁଛି

ପଦ୍ମ ପତ୍ରରେ ପାରଦ ପରି

ଏ ପତ୍ର ରୁ ସେ ପତ୍ରକୁ ଢଳୁଛି |

ପବନ ଝୁଲଣରେ ଝୁଲି ଝୁଲି

ମୋତି ପରି

ଜହ୍ନ ଆଲୁଅରେ ଝଲକୁଛି |


ମନର ଝର୍କାରେ ଦେଖୁଛି

ଝିଲ୍ ମିଲ୍ ପାଣି

କେମିତି ଶ୍ରାବଣ ରାତିରେ

ତା' ଅଖିରେ ଆଣୁଛି

ଅଜସ୍ର କାହାଣୀ |

ବର୍ଷାର ଟୋପା ଟୋପା ପାଣି

ଦୋହଲି ଦୋହଲି ନାଚୁଛନ୍ତି

ଆକାଶରୁ ଗଳି,

ରୂପାର ବର୍ଷା ହେଉ କି ସୁନାର ବର୍ଷା

କେବେ ମୃଦୁ

କେବେ କଠିନ ତା’ ଭାଷା

ଜୀବନର ଆଶା

ଆଉ ଜୀବନ ଭରଷା,

ଆକାଶରୁ ଝରୁଛି

ସେ ମନ୍ଦାକିନୀ

ଧରଣୀରେ ହୋଇ କଲ୍ଲୋଳିନୀ |

********


Rate this content
Log in