ମୁଁ ସେଇ କୁନ୍ଦୁଲି ପୀଡିତା କହୁଛି
ମୁଁ ସେଇ କୁନ୍ଦୁଲି ପୀଡିତା କହୁଛି
କିଏ କହିଲା ମୁଁ ମରିଯାଇଛି
ସେଇ ଅନ୍ୟାୟୀମାନଙ୍କ ଆଗରେ
ହାର ମାନିଯାଇଛି
ନିଜକୁ ନିଜେ ମାରିଦେଇ ।
ମରିନି ମୁଁ ଆଜିବି ବଞ୍ଚିଛି
ଲକ୍ଷ ଲକ୍ଷ ହୃଦୟରେ ବିଦ୍ରୋହର ନିଆଁ ଜାଲି
ଦେଉଛି ମୋ ନିର୍ଦୋଷ ପାଣିଆର ଅଗ୍ନି ପରୀକ୍ଷା
ଦେଖି ଯାଅ ଥରେ ଆସି
କେମିତି ହୁଦୁହୁଦୁ ହେଇ ଜଳୁଛି ସେଇ ନିଆଁ
ଆଉ ତା ଭିତରେ ମୋ ଏଇ କଳଙ୍କିତ ଶରୀର
କେମିତି ଯେ ଚକ ଚକ କରୁଛି।
ମୁଁ ସିନା ଆଜି ଦୁନିଆ ଛାଡ଼ିଦେଇଛି
ହେଲେ ଏ ଯାଏ ମୋ ଆତ୍ମା ବଞ୍ଚିଛି
ତା ପୁଣି ଅତୃପ୍ତ ହୋଇ
ସେଇ ନ୍ୟାୟ ଟିକକ ପାଇବା ପାଇଁ
ଆଉ ରହିଥିବ ମଧ୍ୟ ଆପେକ୍ଷାର ଅନ୍ତ ଯାଏ
ନିଇତି କଳଙ୍କ ଓ ବଦନାମ ରୁପି ନିଆଁରେ
ନିଜକୁ ତିଳ ତିଳ କରି ଜାଳି ।
କେତେ ବା ମୋ ମୃତ ଶରୀରକୁ ନେଇ
ବୃଥା ରାଜନୀତି ଖେଳିବ
ନିଜ ସ୍ଵାର୍ଥ ପାଇଁ କେତେ ଆଉ
କାନ୍ଦିବ କୁମ୍ଭୀର କାନ୍ଦଣା
କୋଉଠି ଥିଲ ସେ ଦିନ
ଯେଉଁ ଦିନ ମୋତେ ସଜେଇ ଦିଆ ଗଲା ପାଗଳୀ
ଭୟ ଆଉ ମାନସିକ ଚାପ ଭିତରେ
ତଣ୍ଟି ଚିପି ହତ୍ୟା କରିଦିଆ ଗଲା
ମୋ ହୃଦୟର ସବୁତକ ଆଶା ଓ ଆକାଂକ୍ଷା
ସେଇ କବର ଭିତରେ ଭରିଦେଇ ।
ମୋ ଶରୀରର ପ୍ରତିଟି ତନ୍ତ୍ରୀ ତନ୍ତ୍ରୀରେ
ସେଇ ଗୋଟିଏ ସ୍ୱର
ମୋତେ ଦେଇପାରିବ ନ୍ୟାୟ
ପୋଛି ପାରିବ ମୋ ମଥାର କଳଙ୍କ
ପାରିବ ମୋତେ ନିର୍ଦ୍ଦୋଷ ପ୍ରମାଣ କରି
କୁହ ...ନିରବ କାହିଁକି..?
ଏତେ ଶଙ୍କା କାହିଁକି
ଜାଣିପାରୁନ ମୁଁ ପରା ତୁମ ସେଇ
କୁନ୍ଦୁଲି ପୀଡିତା କହୁଛି..।
@ବିକେଶ ସାହୁ