Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Jena

Others

3  

Debabrata Jena

Others

ବିଚିତ୍ର ଦୁନିଆଁ

ବିଚିତ୍ର ଦୁନିଆଁ

1 min
6.7K


ଅଜବ ଦୁନିଆ ଗଜବ ଲୋକ

ଭେଳିକି ଭେଳିକି ଦେଖାନ୍ତି ଭେକ

ଅବାନ୍ତର କାର୍ଯ୍ୟ ତାଙ୍କ

ନିଜ ନିଜ କାର୍ଯ୍ୟ ହାସଲ ପାଇଁକି

ଆହୁତି ଦେଇ ବିବେକ ।।(୧)

ବଡ଼ ଘର ଯା'ର ଛୋଟ ଆବାସ

ଛୋଟ ପରିବାର ବଡ଼ ନିବାସ

ଏହା ହିଁ ଆଜିର ଫାର୍ସ

ବିଲାତି କୁକୁର ଅତିଥି ମାତର

ମା-ବାପା (ସ୍ଥାନ)ଜରା ନିବାସ ।।(୨)

ବହୁ ପତ୍ନୀ ପ୍ରଥା ଥିଲା ସେବର

ବହୁ ପତି କିନ୍ତୁ ଦେଖ ଏବର

କିସ ନ ଦେଖିଲା ନେତ୍ର

ସ୍ଵାର୍ଥାନ୍ଧ ମାନବ କାମାନ୍ଧ ହୋଇଣ

ହରାନ୍ତି ନିଜ ସଗୋତ୍ର ।।(୩)

ପାପା ମମି ସଙ୍ଗେ ପୁଅ ଓ ଝିଅ

ସ୍ମାର୍ଟ ଫୋନ ଆଜି ସଭିଙ୍କ ପ୍ରିୟ

କଅଣ କହିବ କୁହ

କି ନିଶା ଘାରିଛି ଏବେ ଯେ ସଭିଙ୍କୁ

ଭୁଲନ୍ତି ଜୀଅନ୍ତା ଦିଅଁ ।।(୪)

ନାରୀ ନିର୍ଯ୍ୟାତନା ବଢ଼ିଛି ଆଜି

ଗଣତନ୍ତ୍ର ରାଷ୍ଟ୍ରେ ମାରିଛି ବାଜି

ଅବଳା ଦୁର୍ବଳା ହେଜି

ନୈତିକତାକୁ ଜଳାଞ୍ଜଳି ଦେଇ

ବନିଲେଣି ବଡ଼ ପାଜି ।।(୫)

ଏବେ ବି ସମୟ ହାତରେ ଆମ

ମୁଣ୍ଡାଇବା ପାଇଁ କେତେ ସୁନାମ

ଭୁଲି ସ୍ୱାର୍ଥପର ଧର୍ମ

କାଳ ସ୍ୱର୍ଣ୍ଣାକ୍ଷରେ ଚାଲ ଲେଖିଦେବା

କରିଣ ଆଚ୍ଛା ସୁକର୍ମ ।।(୬)


Rate this content
Log in