ଜୀବନ ଗୀତା- ୧୫୩
ଜୀବନ ଗୀତା- ୧୫୩
1 min
6.9K
ଜୀବନ ଗୀତା- ୧୫୩
ଶାଖାରେ ଶାଖାରେ ପାଟଳିତ ପତ୍ରଝଡା
କେବେ ଫଗୁଣ ଫୁଲର ହାଟ
ଧୋକାରେ ଧୋକାରେ ଆନ୍ଦୋଳିତ ଜୀବନଟା
କେବେ ସହଜ ପ୍ରେମର ବାଟ ॥୦॥
ସମୟ ସ୍ରୋତରେ କେତେଯେ ଅଭୁଲା ସ୍ମୃୃତି
କେତେପୁଣି ଅନୁଭୂତି
ଭିଜାଭିଜା ସେଇ ସ୍ମୃତିର ଗୋଲାପ ପରେ
ପଞ୍ଚୁବନି ପ୍ରଜାପତି
ପ୍ରେମରେ ପ୍ରେମରେ ଦେଉଥାଏ ଖଣ୍ଡିଉଡା
କେତେ ପଢାଇ ପ୍ରେମର ପାଠ ॥୧॥
ଅତୀତ ତ ପୋଡାଇଟାରେ ତିଆରି କାନ୍ଥ
ତାକୁ ଭାଙ୍ଗି ହେବନାହିଁ
ସମୟ ପୂରାଇ ଦିଏ ଗହୀରିଆ କ୍ଷତ
ଚିହ୍ନ ଖାଲିଯାଏ ରହି
ପ୍ରୀତିରେ ପ୍ରୀତିରେ ସାଉଁଳେଇ ଦିଏ ମଥା
ପୁଣି ମାରେ କେତେବେଳେ ଛାଟ ॥୨॥