Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bidyutprabha Gantayat

Tragedy

2  

Bidyutprabha Gantayat

Tragedy

ନଈର ଲୁହ, ଲୁହର ନଈ

ନଈର ଲୁହ, ଲୁହର ନଈ

1 min
6.5K


ଏଇଠି ଯେ କେବେ

ନଈଟିଏ ଥିଲା..

ନିରେଖି ଦେଖିଲେ ଦିଶିଯାଏ

ଆଖିରୁ ଗଡ଼ି ଆସି

ଗାଲରେ ଗାର ଟାଣୁଥିବା

ଲୁହ ଧାରଟିଏ

ଯିଏ ଦେଖିଥାଏ ।

ଜୀର୍ଣ୍ଣ ପଥର ଓ

ସାବ୍ଜା ବିହୀନ ଉପତ୍ୟକା

ଅନ୍ତର ଉଝାଳି

ଡାକିହାକି କହୁଥାଏ

ପୂର୍ବ ସ୍ମୃତି କଥା।


ଝରେ ଲୁହ, ବହେ ନଈ

ଲୁହର ନଈ ଓ ନଈର ଲୁହ

ନିୟତି ଏକ ଓ ଅଭିନ୍ନ

ନିରୋଳା ହୃଦୟର

ନିଷ୍ପନ୍ଦ କ୍ରନ୍ଦନ।

ଶୁଖିଲା ନଈରେ

ବେଦନାର ଦୃଶ୍ୟମାନ ଇତିହାସ

ଆଖିର ଲୁହରେ

ଅନ୍ତରର ଅଭିଲେଖ

ଦହନର ପରିଭାଷା

ପ୍ରାଣର ସନ୍ତକ।

***

ଡ଼.ବିଦ୍ୟୁତପ୍ରଭା ଗନ୍ତାୟତ


Rate this content
Log in