#କୋହ***
#କୋହ***
1 min
6.8K
ସଂଳାପ-୮୮***
#କୋହ***
ସେ ତ ଅଝଟ ଅମାନିଆ ଶିଶୁ କନ୍ୟା
ହୃଦୟର ନିଭୃତ ଅନ୍ଧାରି ଇଲାକାରେ
ଆଣ୍ଠୁ ମାଡି ଆଖି ବୁଜି ବସିଥିବା
ସୁଯୋଗ ଖୋଜୁଥିବା
ଘଟଣା,
ଦୁଃଖଦ ସଂଘଟଣା
କୁହୁଳି କୁହୁଳି ବହିଯିବ
ମିଶି ସତେ ଯେମିତି
ଶ୍ରୀତା ଅଶ୍ରୁଧାର ସହ------।
ସ୍ମୃତିରେ-----------,
ଧୀମି ଧୀମି ଜଳୁଥିବା କୁଟାକାଠି
କୁଣ୍ଡଳି ମାରି ଉପରକୁ
ଆହୁରି ଉପରକୁ, ଆହୁରି ଉପରକୁ
ଉଠି ଚାଲିଥିବା
ଅହରହ ଜଳି ଚାଲିଥିବା
ସମୟ ବାଡ଼ବାଗ୍ନିର କୁହେଳିକାମୟ
ଧୁଆଁ ସମୂହ
କେବେ ଆସିବ କେଜାଣି,
ଆଜିକାଲି
ଠିକଣା ନାହିଁ ତା ଯିବା ଆସିବାର
ସେ ପା ଅଳକାନନ୍ଦାର ମନ୍ଦାକିନୀ,
ଅମରାବତୀରେ ତା ଘର,
ଭୁଲି ଗଲାଣି
କେବେ ଠାରୁ ଯେ
ଛୋଟ ଶିଶୁ କନ୍ୟାଟି
ଆଣ୍ଠୁମାଡି ଆଖି ବୁଜି ବସିଛି
କୁରୁଳି କୁରୁଳି ଉଠି ଚାଲିଛି
ବୁକୁରେ ତା #କୋହ
କୁଁ କୁଁ ଶବ୍ଦ ଘେରା ହୃଦୟର ଅନ୍ଧାର କୋଠରି ଭିତରେ
ଶୂନ୍ୟ ପାରିଜାତ ଆକାଶ ବକ୍ଷରୁ ଝଡିବା
ପ୍ରତୀକ୍ଷାରେ -------- !!
©®କାଶ୍ୟପ,ରାୟଗଡା ।