ଅପେକ୍ଷା
ଅପେକ୍ଷା
ମୁଁ ଜାଣିଛି ଆଉ ଦେଖୁଛି ମଧ୍ଯ ...
ଜୀବନ ପଥର ଆଗାମୀ ଛକରେ
ସେ ମୋତେ ଅପେକ୍ଷା କରିଚ୍ଥି
କୋଳେଇ ନେବା ପାଇଁ ।
ମନ ଭୟଭୀତ ହଉଛି,
କାହିଁକି ନା ସେଠାରେ ପହଞ୍ଚି ଗଲେ
ଘଟିବାକୁ ଥିବା ଘଟଣା ବିଷୟରେ ମୁଁ ଅବଗତ ।
ଜାଣି ଜାଣି ତା' ପାଖକୁ କେମିତି ଯିବି !!
ତଥାପି ସମୟକୁ ଅଟକେଇ ହବନି ...
ଦିନେ ନା ଦିନେ ସେ ଚ୍ଥକରେ ପହଞ୍ଚିବାକୁ ପଡିବ,
ଆଉ ସେ ଦାରୁଣ କଷ୍ଟକୁ ସହିବାକୁ ପଡିବ ।
ବାସ୍ ! ଅପେକ୍ଷା ସେ ସମୟ କୁ ...