Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakash Ranjan Parida

Others

5.0  

Prakash Ranjan Parida

Others

ଚାଲ୍‌ ଗୋଟେ ଖେଳ ଖେଳିବା

ଚାଲ୍‌ ଗୋଟେ ଖେଳ ଖେଳିବା

1 min
189


ପାହୁ ନଥିବା ରାତିର

କିଟମିଟ୍‌ ଅନ୍ଧାର ଭିତରେ 

ଏକା ଏକା ନିଜ ସାଥେ ନିଜେ

ଗଢୁଥାଏ ପୁଣି ଭାଙ୍ଗୁଥାଏ ସମ୍ପର୍କ,

ସେପଟେ ରିତମତ ଷଡ଼ଯନ୍ତ୍ର

ରଚୁଥାଏ ସମୟ ଽ 


ଝର୍କା ସେପଟେ ହାହାକାର

ମିଛ ମୋହର ମାଟି ଘର

ଏବେ ଏବେ ମିଶିଛି ମାଟିରେ,

କେହି କାହାର ନୁହେଁ ବୁଝି ଯିବା ପରେ

ବେଶୀ ବେଶୀ ଆପଣାର ଲାଗନ୍ତି ସଭିଏଁ ଽ


ଆକାଶର ମତୁଆଲା ଛାତିରେ

ଟିକେ ଆଗରୁ ଉଡୁଥିବା ଅଜଣା ପକ୍ଷୀ ବୋଧେ

ଫେରିଯାଇଛି ବସାକୁ,

ହେଲେ ମୁକୁଳି ପାରୁନି ପାଦ

ମିଛ ମାୟାର ଅନ୍ଧାର ଭୁତରୁ ଽ


କାଲି ପାଇଁ ବଞ୍ଚିବାକୁ 

ବାହାନାଟେ ଖୋଜୁଖୋଜୁ

ଜଳୁଥାଏ କୋହରେ, ଲିଭୁଥାଏ ଲୁହରେ

ପାଉଁଶ ପାଲଟେ ମନର ସଳିତା,

ପୁଣି ସମୟ କଡ଼ ଲେଉଟାଇ କହେ

ଚାଲ୍‌ ଆଉ ଗୋଟେ ଖେଳ ଖେଳିବା ଽ



Rate this content
Log in