ପ୍ରତି ରଜନୀରେ
ପ୍ରତି ରଜନୀରେ
ପ୍ରତି ରଜନୀରେ ଶୟନ ପୂର୍ବରୁ
ଚିନ୍ତଇ ତୁମକୁ ମନେ
ଆଶା ରଖି ହୃଦେ ନିଶ୍ଚୟ ମୋ ପ୍ରଭୁ
ଆସିବେ ଆଜି ସପନେ ॥
ହେଲେ କେବେ ତୁମେ ଆସନି ସପନେ
ରାତ୍ରି ହୋଇଯାଏ ଶେଷ
ଭାଙ୍ଗିଯାଏ ସ୍ବପ୍ନ ହୁଅଇ ସକାଳ
ରହିଯାଏ ଅବସୋସ ॥
ସ୍ବପ୍ନ ଦେଖିବି କି ନ ଦେଖିବି ସେତ
ନାହିଁ ମୋର ଆୟତ୍ତରେ
ହେଲେ ତୋ ଆସିବା ନ ଆସିବା ଇଚ୍ଛା
ରହିଅଛି ତୋ ହାତରେ ॥
ଏବେ ମୋ ସ୍ବପ୍ନରେ ନ ଆସିଲେ ନାହିଁ
ଅନ୍ତିମ ସ୍ବପ୍ନରେ ଆସ
ଜୀବନରେ ଥରେ ଦେଖିଦେଲେ ପ୍ରଭୁ
ତୁଟିଯିବ ଅବସୋସ ॥
*******