Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମୃତ୍ୟୁର ଉପସ୍ଥିତି
ମୃତ୍ୟୁର ଉପସ୍ଥିତି
★★★★★

© Dilip Kumar Tripathy

Abstract Inspirational

1 Minutes   6.8K    2


Content Ranking

ଜୀବନ ବାକ୍ୟର ପୂର୍ଣଛେଦ

ନିରନ୍ତର ସ୍ୱପ୍ନ ଦେଖି

ଥକି ପଡିଥିବା

ଆଖିଦୁଇର ବିଶ୍ରାମାଗାର ,

ନିଶୁନ୍ ବେଳାର ଶଯ୍ୟା ତ୍ୟାଗ

ଅଂହକାରର ସୂର୍ଯ୍ୟାସ୍ତ

ପାପ, ପୂଣ୍ୟ

ଭଲ, ମନ୍ଦର ଦୃଶ୍ୟ ଆଢ଼ୁଆଳରୁ

ଅନେକ ଦୂର ...


ସବୁ ସମ୍ଭାବନାର ଶେଷ

ସବୁ ଇଚ୍ଛାର ନିଃଶେଷ

ପରିତାପର ପରିସମାପ୍ତି ,

ସମ୍ପଦ ଆଉ ସମ୍ପର୍କରୁ ମୁକ୍ତି

ଯୁକ୍ତି ଆଉ ଉକ୍ତିରୁ ବିରତି ।


ଫିକା ଜହ୍ନ ଫିକା ମନ

ଫିକା ସବୁ ସକାଳ ,ସଞ୍ଜ

ରାତି, ସ୍ମୃତି ଆଉ ପ୍ରୀତି

ହେଇ ! ଦେଖ

ଦେଖ …

ମୃତ୍ୟୁର ଉପସ୍ଥିତି ।

ଜୀବନ ପୂଣ୍ୟ ବିଶ୍ରାମାଗାର ସ୍ମୃତି ମୃତ୍ୟୁ

Rate the content


Originality
Flow
Language
Cover design

Comments

Post

Some text some message..