ହୃଦୟ ବେଦନା
ହୃଦୟ ବେଦନା
1 min
6.9K
ହୃଦୟ ବେଦନା
ନିଶବ୍ଦ ରାତ୍ରର ଘନ ଅନ୍ଧାକାରେ
ଶୁଭେ କାହୁଁ ଦୁରୁ ଚପା କ୍ରନ୍ଦନ ଧ୍ୱନି,
ଛାତି ଥରିଯାଏ
ମନ ମରିଯାଏ
ରାତି ଯାଏ ପାହି ମନେ ମନେ ଗୁଣି ଗୁଣି।
ଆଖିର କୋଣରେ
ଆସେ ଯେ ଲୋତକ
ସବୁ ସ୍ୱପ୍ନ ଭାଙ୍ଗିଗଲା ପରି ,
ହା ହୁତାସରେ ମନ ଦବିଯାଏ
ଦିର୍ଘ ନିଶ୍ୱାସ
ବାଷ୍ପ ରୁଦ୍ଧ କଣ୍ଠୁ ହୋଇଯାଏ ପାରି।
ରାତ୍ର ର ନିଦ୍ରା
ଠକି ଚାଲିଯାଏ ସଦା
ଲୁଚା ଛପା ଖେଳୁ ଖେଳୁ,
କେତେ ସ୍ମୃତି ସବୁ
ମନେ ଯେ ଆସନ୍ତି
ପୋଡା ପାଉଁସର ତଳୁ।
ଲାଗେ ପୁଣି ଏହି
କ୍ରନ୍ଦନ ଧ୍ୱନୀ
ଦେଉଛି କି ମୋତେ ଅଭିଷାପ,
ପାରେ ନାହିଁ ଜାଣି
ହୁଏ ମନେ ଗୁଣି
କରିଛି କେଉଁଠି ଜୀବନେ ପାପ।
ହୃଦୟୁ ତାହାର
ଯେବେ ହେଉଥିବ
ଦୁଃଖ ଯନ୍ତ୍ରଣାର ବନ୍ୟା,
କିପରି ହୋଇବି ପାରି
ଜୀବନର ସେତୁ
ହୋଇ ତାହାର ଯେ କନ୍ୟା।।