Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

4  

Geeta Sarangi

Others

ଜୀବନ ଗୀତା- ୧୫୭

ଜୀବନ ଗୀତା- ୧୫୭

1 min
12.9K


ଜୀବନ ଗୀତା- ୧୫୭
(ସାହିତ୍ୟିକା କବିତା ବାରିକଙ୍କୁ ସମର୍ପିତ)

ଜୀବନକୁ ଛାଡି ସୃଜନ ନାହିଁ
ସୃଜନକୁ ଛାଡି ଜୀବନ
ଜୀବନ ଜିଇଁବା ଭିତରେ ଅଛି
କେତେ ମିଠା କେତେ ଜ୍ୱଳନ ॥୦॥

ଜୀବନର କଥା ସୃଜନରେ ଫୁଟେ
ମିଠା ହେଉ ଅବା ଖଟା
କାହା ଭାଗ୍ୟେ ବିହି ଫୁଲ ଲେଖିଅଛି
କାହା ଭାଗ୍ୟେ ଖାଲି କଣ୍ଟା
କାହାର ଆଖି ତ ଲୁହରେ ଭରା
କା ଆଖିରେ ପ୍ରେମ ଅଞ୍ଜନ ॥୧॥

ଚୋରାବାଲି ପରି ସମୟ ଖସଇ
ରହିଯାଏ ଖାଲି ସ୍ମୃତି
କାହାର ଉଜ୍ଜଳ ଅଟେ ଭବିଷ୍ୟତ
କାହାର ହୁଅଇ ଇତି
ସୃଜନର ନାହିଁ ଭଲ କି ମନ୍ଦ
ସବୁକିଛି କରେ ଅଙ୍କନ ॥୨॥


Rate this content
Log in