Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sasmita sahu

Others

2  

sasmita sahu

Others

ଆଗାମୀ ଆଶା

ଆଗାମୀ ଆଶା

1 min
7.2K


ଆଲୋକର ଆଦ୍ରସ୍ୱର ଶୁଭେ

ଆତ୍ମହତ୍ୟା କରୁଥିବା ସଜଳ ମନରେ

ଆତ୍ମୀୟତାର ଆଭାସ ମଳିନ ଦିଶେ

ଆଜିର ଆୟୁସ୍କାଳରେ

ଆଲୋକ ରାସ୍ତାରେ ଆଜି

ଆଗ୍ନେୟଗିରିର ଆରକ୍ତ ବିସ୍ଫୋରଣ

ଆଶାର ଆଶ୍ଵାସନାରେ ଅଗ୍ନି ଦହନ

ଆଖିର ଆକାଶେ ଅନ୍ଧାର ମେଞ୍ଚାଏ

ଆଖିରୁ ଖସେ ଲୁହ ପାଦ ଯାଏଁ

ଆସ୍ତରଣ ପୋଡିଯାଏ ଆପଣ ଛାଏଁ

ଆପିଡେଭିଟ୍ କରୁଥିବା

ଆୟୁଷର ଅସୁସ୍ଥ ମୁଁହରେ

ଆଜି ତୁମ ନୀରବତା

ଆକ୍ତାମାତା କରିଦେବ ତୁମ କାଲି

ଆଗାମୀ ଅଭିଯାନ ପାଇଁ

ଆଗେଇ ଆସ

ଆଡେଇ ଦେଇ ହିଂସା

ଆପଣେଇ ନିଅ

ଆହତ ଆତ୍ମାକୁ

ଆମର ହିଁ ହେବ ସମୟ

ଆମର!!!

ସସ୍ମିତା ସାହୁ


Rate this content
Log in