ଭୟ ଓ ଭକ୍ତି
ଭୟ ଓ ଭକ୍ତି
1 min
6.6K
ଭୟ ଓ ଭକତି ନିଜର ସମ୍ପତ୍ତି
ଦିଏ ଯେ ପ୍ରଭୁଙ୍କୁ ଆଦର କରି
ମିଳୁ କି ନ ମିଳୁ ତାକୁ ପଛେ କିଛି
ମନରେ ବିଶ୍ୱାସ ଯିବଟି ଭରି
ବିଶ୍ୱାସ ବଢିଲେ ବଢଇ ସାହସ
ସାହସ ବଢିଲେ ଦୁଃଖ କମଇ
ବିଶ୍ୱାସ କର କି ନ କର ମୋ କଥା
ଅକ୍ଷରେ ଅକ୍ଷରେ ସତ ଅଟଇ
ଚିତ୍ତ ରଞ୍ଜନ ଲେଙ୍କା (କଟକ)