କଳିଯୁଗ ସାବିତ୍ରୀ
କଳିଯୁଗ ସାବିତ୍ରୀ
ସ୍ୱାମୀଙ୍କୁ କହିଲେ ସାବିତ୍ରୀ
କହୁଛି ଶୁଣ ମୋର ପତି ।
ସାବିତ୍ରୀ ବ୍ରତ ଯେ ଆସିଲା
ମନଟା ଖୁସିରେ ନାଚିଲା ।
କରିବି ଓଷା ତୁମ ପାଇଁ
ଆସିବ ଦାମୀ ଶାଢ଼ୀ ନେଇ ।
ଅତର ମେହେନ୍ଦି କିଣିବ
ସିନ୍ଦୁର ଅଳତା ଆଣିବ ।
ଆଣିବ ଫଳରୁ ପ୍ରଚୁର
ଡାଳିମ୍ବ ଆପେଲ ଅଙ୍ଗୁର ।
କେମିତି ଉପାସ ଭୋକରେ
ଲଢ଼ିବି ଯମର ସାଥିରେ ।
ଖାଇ ପିଇ ସୁସ୍ଥ ହୋଇ
ମାଗିବି ବର ତୁମ ପାଇଁ ।
କିଏ ସେ ହେବ ମୋ ଗୋଲାମ
ତୁମକୁ ନେଇଗଲେ ଯମ ।
ତୁମେ ଗଲେ ପର କରି
କାହୁଁ ମିଳିବ ତୁମ ପରି ।
ତୁମେ ଯେ ମୋର ସତ୍ୟବାନ
ସାଜିଛ ମୋର ପ୍ରାଣଧନ ।
ତୁମରି ଶୁଭ ମୁ ମାନସୀ
ଉବାସରେ ଥିବି ବସି ।
ବଢିବ ତୁମରି ଆୟୁଷ
ମିଳିବ ପ୍ରୀତିର ପରଶ ।
ଯଦି ନରଖିବ ମୋର ମନ
କରିବି ମୁ ଯେ ଅଭିମାନ ।
କରିବି ତୁମ ପରେ କୋପ
ଦେଖିବ ଅନ୍ୟ ଏକ ରୂପ।
ଏକଥା ଶୁଣି ସତ୍ୟବାନ
ବହିଲା ଝାଳ ଗମ ଗମ୍ ।
ପଡ଼ିଲା ମାସର ମଝିରେ
ପଇସା ନାହିଁତ ପାଖରେ ।
ଯଦିବା କିଛି ନଆଣିବେ
ଘରଣୀ ତାଙ୍କୁ ଧିକରିବେ ।
ରାଗରେ ପଡ଼ିଯିବେ ନାଲି
ମୁହଁଟା ଯିବ ତାଙ୍କ ଫୁଲି ।
ଭାବି ସେ ଘରଣୀର କୋପ
ବଢ଼ିଲା ତାଙ୍କ ରକ୍ତଚାପ ।
କଳିର ଏ ସାବିତ୍ରୀ ଉବାଚ
ଏଠାରୁ କରୁଅଛି ଶେଷ ।
ପ୍ରଶାନ୍ତ କୁମାର ନାଥ
ସୁନ୍ଦରପୁର,ଉତ୍ତରକୂଳ ହାଟ୍,ପ୍ରୀତିପୁର,ଯାଜପୁରପ