Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୧୯୧

ଜୀବନ ଗୀତା-୧୯୧

1 min
6.5K


 

ଜୀବନବୋଧର ନିଷ୍ଠୁରପଣ
ହୃଦୟକୁ କେତେ ଜାଳିଛି
ଜୀବନବୋଧର ମହତଗୁଣ
ଅନ୍ତରେ ମହକି ଯାଇଛି ॥୦॥

ବିଶ୍ୱାସରେ ବିଷ ମିଳିଛି କେବେ
ପାଇଛି ଅମୃତ ପରଶ
ଅଶାନ୍ତିରେ ଦିନ ବିତିଛି କେତେ
ପୁଣି ମନେ କେବେ ହରଷ
ଜୀବନ ମଧୁର ଝଡଟେ ହୋଇ
ଭିତରେ ମୋ ବହି ଯାଇଛି ॥୧॥

ଆଘାତରେ ତାର ଝରଇ ଲହୁ
କେତେପୁଣି ଲୁହ ଝରଣା
ଆଉଁଶାରେ ତାର ମହୁଆ ମହୁ
ହସିଉଠେ ଫୁଲ ଅଗଣା
ଜୀବନ ସୁନ୍ଦର ସାଥୀଟେ ହୋଇ
ହାତ ଧରି ବାଟ ଚାଲିଛି ॥୨॥


Rate this content
Log in