Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା-୩୭୦

ଜୀବନ ଗୀତା-୩୭୦

1 min
235


ଜୀବନର ବର୍ଣ୍ଣବୋଧ

ଯେତେ ମୁଁ ଲେଖିଲି ପଢିଲି

ସେତେସେତେ ଅବୋଧ୍ୟ ସେ

ବୁଦ୍ଧି ର ବାହାରେ ବୁଝିଲି ॥୦॥

ମନ କାମନାରେ କଳପ ବଟରେ

ଅଭିଳାଷ ସୂତା ବାଂଧି

ଧ୍ୟାନ ଧାରଣାରେ ବସିଛି ମନ୍ଦିରେ

ଆଖିକୁ ମୋହର ମୁଦି

ବିଚିତ୍ର ଜୀବନ ବଡ ବେଇମାନ

ଭୁଲି ହୋଇଯାଏ ସବୁ

ଯେତେ ମୁଁ ତାହାକୁ ଘୋଷିଲି ॥୧॥

ଛପନ ପଉଟି ମିଳଇ କେଉଁଠି

କେଉଁଠି ନମିଳେ ଖୁଦ

କପାଳ କାହାର ଅତୀବ ସୁନ୍ଦର

କାହାର ନିହାତି ମନ୍ଦ

ଅଙ୍ଗେନିଭା କଥା ଜୀବନର ବ୍ୟଥା

ସହିସହି ସିନା ଶେଷେ

ଅସଲ ଜୀବନ ଭେଟିଲି ॥୨॥


Rate this content
Log in