ତୁମ ଦରଶନ
ତୁମ ଦରଶନ
ସିନ୍ଦୂରା ଫାଟିଲାଣି ଝଲସୁଛି ମହୋଦଧି ପାଣି
ଉଠଉଠ ଭାବଗ୍ରାହୀ ଜଲଦି
ତୁମ ଦର୍ଶନ ପାଇଁ ବ୍ୟାକୁଳିତ ଭକତ ଗୋସାଇଁ
ମନବାଂଛା ପୂର୍ଣ୍ଣକର ହେ ଆଦି ।
ସାଗରେ ସ୍ନାନ କରି ବରୁଣ ତପନ ପୂଜି ସାରି
ଆସିଲିଣି ଆହେ ପତିତପାବନ
ଅରୁଣ ସ୍ତମ୍ଭ ପାଶେ ଜପୁଅଛି କାଳିଆ ହରଷେ
ଦେଖିବାକୁ ଜଗାକୁ ମନ ଉଛନ ।
ଚକାନୟନେ ଚାହିଁ ଫେରିଯିବି ଘରକୁ ମୁହିଁ
ଆରମ୍ଭିବି ଆଜି କର୍ମ ମୋହର
ଆନନ୍ଦେ ବିତେ ଦିନ କରିଥିଲେ ତୁମ ଦରଶନ
ହସିଉଠେ ମୋର ଘରସଂସାର ।।
ପଦ୍ମାଳୟା