Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmalaya Mishra

Others

2  

Padmalaya Mishra

Others

ଶେଷ ପ୍ରଶ୍ନ

ଶେଷ ପ୍ରଶ୍ନ

1 min
289



ମୁଁ ସୃଷ୍ଟି ମୁଁ ସ୍ରଷ୍ଟା

ମୁଁ ପ୍ରଥମ ପାହାଚ

ହସର ଲୁହର

ସ୍ନେହ-ଶ୍ରଦ୍ଧା-ପ୍ରେମର ।


ମୁଁ ଗଙ୍ଗା ମୁଁ ଧରଣୀ

ତୃପ୍ତି ଦିଏ କୋଳେଇ ନିଏ

ପାପ-ପୂଣ୍ୟ ସାଉଁଟି ନିଏ

ଅମାନିଆ ହେଲେ

ତାଣ୍ଡବ କରେ

ସଜାଡିବାର ପ୍ରୟାସ କରେ ।


ମୁଁ ଲକ୍ଷ୍ମୀ ମୁଁ ସରସ୍ବତୀ

ହୃଦୟ ଉଦର ମସ୍ତିଷ୍କ

ସବୁଠାରେ ମୋ ସ୍ଥିତି

କମନୀୟ କରେ

ନମନୀୟ କରେ

ଅଣାୟତ୍ତ ହେଲେ

ବିନାଶ କରେ ।


ମୁଁ ଦୁର୍ଗା ମୁଁ କାଳୀ

ଏକ ହେଲେ ଅନେକ

ପ୍ରେମ ପାଇଲେ

ନିଜକୁ ହାରେ

ପ୍ରତାରଣା କଲେ

ସଂହାର କରେ ।


ଶେଷ ପ୍ରଶ୍ନ ମୋର

ଉତ୍ତର ଚାହେଁ

ପୁରାଣ ପରମ୍ପରା

ଇତିହାସ ଓ ଆଧୁନିକ ଧାରା

ମୁଁ ସମ୍ପୂର୍ଣ୍ଣା

ତଥାପି କାହିଁକି

ପ୍ରଶ୍ନ ହୁଏ

ମୋ ଅସ୍ତିତ୍ଵ ଉପରେ

ବ୍ୟବଚ୍ଛେଦ ହୁଏ

ଚରିତ୍ର ହାଏ ??


Rate this content
Log in