Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

3  

Writer Roja Panda

ଅସ୍ଥାୟୀ ସ୍ବପ୍ନ

ଅସ୍ଥାୟୀ ସ୍ବପ୍ନ

1 min
6.5K



ମେଞ୍ଚା ମେଞ୍ଚା ପବନର ଗହଳିରେ ମଧ୍ୟ ଦେହରେ ବାଜିଯାଏ

କେଉଁ ଏକ ଚିହ୍ନା ଚିହ୍ନା ପବନ

ଯାହା ଶିହରାଇ ଦିଏ ଦେହ ଓ ମନର

ପ୍ରତିଟି କୋଣ ଅନୁକୋଣ

ଠିକ ସେତିକିବେଳେ ମନ ଆକାଶର ସ୍ପଷ୍ଟ ବେଳାଭୂମିରେ

ଝାପ୍ସା ଝାପ୍ସା ଦେଖାଯାଏ କାହାର ପ୍ରତିଛବି

ଯେମିତି କେହି ଜଣେ ବିନା ମୋର ଅଗୋଚରରେ

ପାଖକୁ ମୋ ଆସୁଥାଏ ଛପିଛପି

କେଉଁ ଅଜଣା ସ୍ପର୍ଶର ଅନୁଭବ ଖେଳିଯାଏ ଦେହ ମନ ସାରା

ସେଇ ଚିହ୍ନା ପବନରେ

ଅସୁମାରୀ ସ୍ୱପ୍ନର ହିମାଳୟ ଉଙ୍କିମାରେ

ମୁହୂର୍ତ୍ତକପାଇଁ ଆଖି ଦୁଇଟିରେ

ମନେହୁଏ ଏ କଣ ମେଞ୍ଚାଏ ପବନ

ନାଁ କାହାର ସ୍ନେହବୋଳା ସ୍ପର୍ଶ

ଚିରସ୍ଥାୟୀ, ନାଁ କିଛିକ୍ଷଣ ପରେ ପୁଣି ହୋଇଯିବ ଅଦୃଶ୍ୟ

ଏମିତି ଭାବୁଭାବୁ ସ୍ବପ୍ନ ସବୁ ଫେରିଯାଏ ପଛକୁ ପଛକୁ

ଜୀବନର ସେଇ ବାସ୍ତବ ରୁପକୁ ପୁଣି ଅତିକ୍ରମ କରିବାକୁ ହୁଏ

ଏକାଏକା ସେଇ ତତଲା ଖରାରେ

ପଡିଉଠି ପୁଣି ଚାଲିବାକୁ ହୁଏ ନିଜର ଗନ୍ତବ୍ୟ ପଥରେ

ବିନା କାହାର ସାହାରାରେ.................


ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ

ନେତାଜୀ ନଗର,ମଧୁପାଟଣା

କଟକ-୭୫୩୦୧୦

Email-roja.saumya@gmail.com


Rate this content
Log in