ହାଇକୁ
ହାଇକୁ
1 min
1.1K
(ଏକ)
ଏତେ ପାଖକୁ ଆସନା
ତୁମ ନିଃଶ୍ୱାସର ଲୁ ରେ
ସବୁତକ ଅଭିମାନ ତରଳିଯିବାର ସମ୍ଭାବନା !
(ଦୁଇ)
ଅନେକ ବିନିଦ୍ର ରଜନୀରେ
କାହିଁକି କେଜାଣି
ନିଜକୁ ଖୋଜେ ନିଜ ଭିତରେ !
(ତିନି)
ଦିଅନ୍ତନି ତୁମ ଜୀବନ ରୁ ଗୋଟେ ମୂହୁର୍ତ୍ତ
ସେଇ ମୂହୁର୍ତ୍ତରେ ଜୀଇଁଯାନ୍ତି
ମୁଁ ମୋ ବାକି ତକ ଜୀବନ....