Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Disambar Meher

Inspirational

3  

Disambar Meher

Inspirational

ସବୁ ଛନେକ୍ ଆଏ

ସବୁ ଛନେକ୍ ଆଏ

1 min
6.6K



ଦୁଇ ଦିନିଆ ଆଏ

ମୁନୁଷ୍ ଜୀବନ

କେବେ ସୁଖ୍ ର ବଏଶାଖ୍ ତ

କେବେ ଦୁଖ୍ ର ସରାବନ୍ ।

ଖୁବ୍ ନାଇଁ ହଁସ୍ରେ ପୁତା

ସରିଯିବା ତୋର୍ ମୁଲ୍କି ହଁସି

ସୁଖ୍ ଦୁଖ୍ ତ ମିଶାମିଶିରେ ବୁଆ

ଇଟା ପରେ ବାରମାସୀ ।

ଅଧରମ୍ ନେ କମେଇଛୁ ଟଁକା

ବୁହି ନାଇଁ ନେଉ ମଲେ

ବାଡି ଗୁଟେ କି ହାଁଣି ଗୁଟେ ଦେବେ

ମରିଗଲେ ଖନାଛଣାଁ ଖାଲେ ।

ଇଟା ପରେ ମାୟା ସଁସାର୍

ନାଇଁ ପଡ ତୁଇ ଫାନ୍ଦେ

ଧନୀ ବି ହେଲେ କରମ୍ କୁଢିଆ

ଭୁକେ ଢକେଇ ଢକେଇ କାନ୍ଦେ ।

ଇ ବଏସ୍ ଚେହେରା

ଆଏଜ୍ ଯାଉଛେ ଚମ୍କି

ସମିଆ ଆଏଲେ ଯିବା ଉଭେଇ

ଚମ୍ ବି ଯିବା ହାଡେ ଲଟ୍କି ।

ସବୁ ଛନେକ୍ ଆଏ ରେ ବୁଆ

କାଏଁ ଯେ ମାରୁଛୁ ଟିଙ୍ଗାଲୀ

ତୋର୍ ବି ଆଏବା ପାଲି

ତୋର୍ ବି ଆଏବା ପାଲି ।

ଡିସମ୍ବର ମେହେର

ଗଣ୍ଡାବାହାଲି ନୂଆପଡା


Rate this content
Log in

Similar oriya poem from Inspirational