Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Inspirational

4  

Satyabati Swain

Inspirational

ଝିଅ

ଝିଅ

1 min
425


ଝିଅ

ବାପଘରେ ଥିବାଯାଏ ଗେହ୍ଲେଇ

ସୁନା, ଧନ, ରାଣୀ,ମୋ ମାଟା, କଣ୍ଢେଇ

ତା ହସ ବେଶରେ ଜହ୍ନର ଛାଇ

ତା ଯୋଗୁଁ ଘର ,ଘର ପରି ଲାଗଇ

ଓଷା ପରବ କେବେ ଜଣା ପଡଇ

ସେ ମା ବାପା ଆଖିରୁ ଲୁହପୋଛଇ ।


ଝିଅ

ଶାଶୁ ଘରେ ହୋଇଗଲେ ବୋହୁ

ସ୍ୱାଧୀନତା ସ୍ୱାଭିମାନ ତାର ନଥାଇ

ଯେତେ ଆଧୁନିକା,ସ୍ୱାବଲମ୍ବୀ ହେଲେ ବି

ଧରାବନ୍ଧା ଶଗଡ଼ ଗୁଳାରେ ଚାଲଇ

ସେ ଯେମିତି ଶାଶୁଘର ଲୋକଙ୍କୁ ନିଜର କରଇ

ତା ବାବାମାଙ୍କୁ ଶାଶୁ ଘର ଲୋକେ ସେମିତି କରନ୍ତିନି

ଏଇଟା ଗୋଟେ ଝିଅର ଅକୁହା ଯନ୍ତ୍ରଣାର ନଈ।


ଝିଅ

ଅଧା ଆଲୁଅ ଅଧା ଛାଇ ଜହ୍ନ ପରି ଜୀବନ

ତା ପାଇଁ ସବୁ ନୀତି ନିୟମ,ବିଧି ବିଧାନ

ଧର୍ଷିତା ହେଲେ,ଝିଅ ଜନ୍ମ କଲେ, ସେ ହୁଏ କାରଣ

ଏକାକୀ ବଢ଼ିଲା ଝିଅଟେ ରାତିରେ ଯିବା ବାରଣ

ସ୍ୱାଧୀନ ଦେଶର ପରାଧୀନ ପିଞ୍ଜରାବଦ୍ଧ ଶୁଆଟିଏଜାଣ

ସ୍ୱାମୀ ମଲେ ସେ ହୁଏ ପାଷାଣ ଆଭୂଷଣ ହିଁନ

ସ୍ତ୍ରୀ ମଲେ ସ୍ୱାମୀ ନିଃସଙ୍କୋଚେ କରେ ଆନ ସ୍ତ୍ରୀ ଗ୍ରହଣ 

କିନ୍ତୁ ସ୍ତ୍ରୀ ଟିଏ ପାଇଁ ସମାଜରେ ନାହିଁ କିଛି ବିଧାନ

ହଁ ଏବେ କିଛି ଝିଅ ବଞ୍ଚନ୍ତି ନିଜ ଭାଗ ଜୀବନ

କାଳେ କାଳେ ଝିଅ,ବୋହୁ,ସ୍ତ୍ରୀ,ମା ଭାବେ ସହେକଷଣ

କିନ୍ତୁ ଝିଅ ହୋଇ ସ୍ରଷ୍ଟା ଚିର ସୃଷ୍ଟି ସୃଜନେ ମଗନ।



Rate this content
Log in

Similar oriya poem from Inspirational