ମୋ ଭିତରେ ତୁମେ
ମୋ ଭିତରେ ତୁମେ
ମୁଁ ଆସିବାର ମାନେ ନୁହଁ ଯେ
ତୁମେ ଚାଲି ଯିବ
ଚାଲିଯିବ ନଫେରିବା ପାଇଁ ସପଥ କରିବ
ତୁମେ ଛାଡି ଯାଇଥିବା ତୁମ ପାଦ ଚିହ୍ନ
ତୁମ କଠଉ ପିକ ଦାନୀ ପାନ କୁଟା
ହଁସ ଚଦର ମସିଣା
ତୁମ ବହିଥାକ ଆଉ ଭଂଗା ଫ୍ରେମରେ
ସୂତା ବନ୍ଧା ମୋଟା କାଚ ଚଷମା
ଅନେଇ ଥିଆନ୍ତି ତୁମକୁ ତୁମ ଆସିବା ବାଟକୁ
ତୁମ ଚଉକିରେ ବସି ପଡିଲେ ମୁଁ
ହତବାକ୍ ହୁଅନ୍ତି ମୋ ଅବିମୃଷ୍ୟତା ଦେଖି
ମନା କରନ୍ତି ଖେଳିବାକୁ ତାଙ୍କ ସହ
ଭଂଗା ଚଷମା ବଡ ବଡ ଆଖିରେ ଡରାଏ
କଣରେ ଡେରା ହେଇଥିବା
ବଂକୁଲିବାଡିର ଭୟ ଦେଖାଏ
ବହିଥାକ ଛୁଇଁବାକୁ ମନାକରେ ମତେ
ତୁମେ ହାସଲ କରିଥିବା ସୁନା ରୁପା ପଦକ
ଧୁଳି ପୋଛି ସଫା କଲାବେଳେ
ଅବଶୋଷ କରନ୍ତି
କାନ୍ଥରେ କାଚ ଫ୍ରେମର ଫୁଲମାଳରେ ଥିବା
ତୁମ ଫଟୋକୁ ଅନାନ୍ତି
ମୋ ବିରୁଦ୍ଧରେ ସଜବାଜ ହୁଅନ୍ତି କହିବାକୁ
ତମେ ଟାଣୁଥିବା ହୁକାକୁ ମୁଁ ହାତ ମାରି ଦେଖେ
ତୁମ ଦେହର ବାସ୍ନା ଗୁଂଜରି ଯାଏ ଘରସାରା
ମୁଁ ଭଲପାଏ ସେହି ବାସ୍ନାକୁ
ପ୍ରଶ୍ୱାସ ଯୋରରେ ନିଏ
ସେମାନେ ଦେଖନ୍ତି ସବୁ
ମନ ମାରନ୍ତି ତୁମେ ନାହଁ ବୋଲି
କାନ୍ଦନ୍ତି ମଧ୍ୟ ବେଳେ ବେଳେ ମୁଁ ଜାଣିପାରେ
ଏବେ ତୁମ ଆବର୍ତ୍ତମାନରେ
ସେମାନେ ଧୀରେ ଧୀରେ ଅଭ୍ୟସ୍ଥ ହେଲେଣି
ମୋ ସହ ମୋ ଚାଲି ଚଳଣ ସହ
ଦିନେ ଦିନେ ମୋର ହେଲେ ବିଳମ୍ବ
ଖୋଜନ୍ତି ଘରସାରା
ନ ପାଇ ଭଂଗା କଚଡଡା କରନ୍ତି
ମୁଁ ଆସିଲେ ବୋକ ଦିଏ
ଖୁସି ହୋଇ ନାଚନ୍ତି ...କୁଦନ୍ତି ଘରସାରା
ଆଉ ସେମାନେ ତୁମକୁ ମନେ ପକୋଉ ନାହାଁନ୍ତି
ଝୁରୁ ବି ନାହାଁନ୍ତି ଏବେ
ମୁଁ ପଚାରେ
ହସନ୍ତି ଖିଲି ଖିଲି .....କହନ୍ତି
ସମେନେ ମୋରି ଭିତରେ ତୁମକୁ ଦେଖନ୍ତି