Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଉମା ଶଙ୍କର ମାଝୀ

Children Stories Inspirational

3  

ଉମା ଶଙ୍କର ମାଝୀ

Children Stories Inspirational

ଅଜାଙ୍କ ପ୍ରେରଣା

ଅଜାଙ୍କ ପ୍ରେରଣା

1 min
507



ସ୍କୁଲ ଛୁଟି ହେଲା ନାତୁଣୀ ଆସିଲା

   ଫୁଲେଇ ଅଛି ଯେ ମୁହଁ

ଘଟଣା ନିଶ୍ଚୟ କିଛିତ ହୋଇଛି 

   ନାତୁଣୀ ମୋ କଣ କୁହ ?


ଅଜା କଥା ଶୁଣି କହୁଛି ନାତୁଣୀ 

  ଶିକ୍ଷକ ଯେ ଦେଲେ ଗାଳି

ପଚାରିଲେ ପ୍ରଶ୍ନ  ନ ପାଇଁ ଉତ୍ତର

  ମୋ ଉପରେ ରାଗ ଖାଲି l 


 ପଢ଼ାନ୍ତି ଶିକ୍ଷକ ବୁଝି ମୁଁ ପାରେନି  

    ମୋର କିମ୍ବା ଅଛି ଦୋଷ

 ପରିଶ୍ରମ କରେ ଉତ୍ତର ଦେବାକୁ 

   ଆଉ କରିପାରେ କିସ ?


 ଶୁଣି ଅଜା କହି  ଏଇ କଥା ପାଇଁ 

    ନାତୁଣୀ କିମ୍ବା ଯେ ରାଗ 

ମନ ଦେଇ ଶୁଣେ ମୋ ସୁନା ନାତୁଣୀ 

   କହୁଛି ଯେ କଥା ଆଗ l


ଛୋଟପିଲା ଟିଏ ଚାଲିବାକୁ ଶିଖେ 

    ପଡିଥାଏ ବାରମ୍ବାର 

ତଥାପି ଅଭ୍ୟାସ ଜାରି ରଖିଥାଏ

   କେବେ ନ ଛାଡେ ତାହାର l


ଚାଲିବା ସମୟେ ବାପାମାଆ ଅଜା

    ଆଦିର ସାହାଯ୍ୟ ନିଏ

ଶିଖିଗଲା ପର ନିଜେହିଁ ନିଜେହିଁ

    ସବୁ କାମ କରିଥାଏ l


ସେହିପରି ପାଠ ପଢ଼ିବା ସକାଶେ 

  ମନୋବଳ ଦୃଢ଼ କଲେ 

ପରିଶ୍ରମ କଲେ ସକଳ ସମ୍ଭବ

  ହୋଇଯାଏ ଅବହେଲେ l 


 ବିଦ୍ୟାଳୟେ ପାଠ ପଢ଼ିବା ସମୟେ 

    ମନଧ୍ୟାନ ଦେଇ ଶୁଣ

ପଢୁଥିଲା ବେଳେ ସନ୍ଦେହ ହୋଇଲେ

    ପଚାରିବ ପୁଣ ପୁଣ l 


ଜାଣିବା ଅଭ୍ୟାସ  ଯାହାର ରୁହଇ

    ସବୁଠି ହୁଏ ସଫଳ

ସଫଳତା ପାଇଁ ଆଗେ ଦରକାର

    ନିଜର ଯେ ମନୋବଳ l 


କାହିଁପାଇଁ ପାଠ ବୁଝି ହେଉନାହିଁ

  ନିଜେ କର ଅନ୍ୱେଷଣ 

ନିଜ ଭୁଲ ଯଦି ଥରେ ଜାଣିଗଲ

  ସବୁ ହେବ ସମାଧାନ l

 

ଶିକ୍ଷକ ଆମକୁ  ଦିଅନ୍ତି ନି ଗାଳି

    କୁହନ୍ତି ମଙ୍ଗଳ ପାଇଁ  

ସଚେତନ ହେଲେ ଛାତ୍ରଛାତ୍ରୀ ମାନେ

   କରନ୍ତି ପ୍ରଶଂସା ସେହି l 


ପାଠକୁ ନ ଡରି  ଶିକ୍ଷକ ପଚାରି

   ଯଦି କାମକରେ ଛାତ୍ର

ନିଶ୍ଚୟ ସଫଳ ଜୀବନେ ହୁଅଇ

  ଏହା ସଫଳତା ସୂତ୍ର l 


ଆତ୍ମ ବିଶ୍ୱାସଟି ନିଜର ଉପରେ

   ପ୍ରଥମେ ଯେ ଦରକାର 

ମୋ ସୁନା ନାତୁଣୀ ସେହି କଥାଭାବି

  ଛାଡିଦେ ରାଗ ତୋହର l 


ଏହା ଶୁଣି ହସି ନାତୁଣୀ କହୁଛି

   ସତ ଯେ କହିଲେ ଅଜା 

ଆଜିଠାରୁ ମନ ଦେଇଣ ପଢ଼ିବି

  ପାଠପଢ଼ା ନୁହେଁ ସଜ୍ଜା l 


ଯାହା ନ ଜାଣିବି ପଚାରିବୁଝିବି  

  ନ କରିଣ ତିଳେ ଭୟ

ଶିକ୍ଷକ ଙ୍କ କଥା ମାନିଚଲୁଥିବି

   ନ ହେବି କେବେ ଅଥୟ l 


ଶିକ୍ଷକ ଙ୍କ ପାଠ ଅଜାଙ୍କ ପ୍ରେରଣା 

   ସର୍ବଦା ମନେ ରଖିବି 

ଭଲ ପାଠପଢ଼ି ନିଶ୍ଚୟ ଦିନେ ମୁଁ

ଆପଣା ନାମ ରଖିବି l


Rate this content
Log in