ଲୁହ ପଣତ
ଲୁହ ପଣତ
ଲୁହ ପଣତରେ ମୋର ବନ୍ଧା
ହସ ଅଭିମାନ କରିଛି
ଦୁଖ ସାଗରେ ବୁଡ଼ ପକାଇ
ସୁଖ ମୋତି ଖୋଜି ଚାଲିଛି।
ଆଶା ନଉକାରେ ଧୈର୍ଯ୍ୟ କାତ
ସମୟ ସ୍ରୋତରେ ବାହୁଛି
ପ୍ରତାରଣାକୁ ପ୍ରେମ ଫଳ ଭାବି
ଅଣ୍ଟିରେ ପୁରେଇ ଧରିଚି ।
ଜୀବନ ମଞ୍ଚରେ ଅଭିନେତ୍ରୀ
ଅଭିନୟ ଜାରି ରଖିଛି
ସପନକୁ ହୃଦୟରେ ରଖି
ମହୀରୁ ବିଦାୟ ନେଉଛି ।।।।
ପଦ୍ମାଳୟା