ଜୀବନ ଗୀତା-୪୧୧
ଜୀବନ ଗୀତା-୪୧୧
1 min
94
ଜୀବନର ମହକ ଭାସିବୁଲେ
ଚେତନାର ଚିତ୍ରିତ ପଥଧାରେ ॥୦॥
ନିର୍ମଳ ହୋଇଉଠେ ଚେତନା
ଆସ୍ତେଆସ୍ତେ ଜୀବନର ବାସ୍ନାରେ
ଉଜ୍ଜଳ ହେଲାପରି ପୃଥିବୀ
ପୂର୍ଣ୍ଣିମାର ଅଫୁରନ୍ତ ଜ୍ୟୋତ୍ସ୍ନାରେ
ବେଳହେଲେ ଧୀରେଧୀରେ
ଲଲାଟେ ତୃତୀୟ ନୟନ ଖୋଲେ ॥୧॥
ବାଦଲ ଖଣ୍ଡସବୁ ଆକାଶେ
ମେଳିବାନ୍ଧି ଘୋଟି ଯିବାର ପରି
ବିଷାଦ କାଳିମା ଢାଙ୍କିଦିଏ
ଚେତନାକୁ ଦିନେତ ପୂରାପୂରି
ପୁଣିଦିନେ ଅଚେତନେ
ଜୀବନ ମଉଳିଯାଏ ଶେଷରେ ॥୨॥