Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Tragedy Others

5.0  

Sukanti Hotta

Tragedy Others

ଗରୀବର କଷ୍ଟ ମୃତ୍ୟୁଠୁ ଅଧିକ

ଗରୀବର କଷ୍ଟ ମୃତ୍ୟୁଠୁ ଅଧିକ

1 min
235


ଆସିଲା ବୁଲବୁଲ କରିଲା କଲବଲ

ଭାଙ୍ଗିଲା ଚାଷୀର ବଳ

ଘରକୁ ଭାଙ୍ଗିଲା ଧାନ କ୍ଷେତ ଗଲା

ଏସବୁ ଭାଗ୍ୟର ଫଳ l


କରଜ ଥିଲା ଦରଦ ଦେଲା

ଆଖି ଅନ୍ଧାର ଦିଶିଲା

ସଂଚିତ ଧନ ଯାହା ଟିକେ ଥିଲା

ସବୁ ଭସେଇ ଦେଲା l


ବାତ୍ୟା ବନ୍ୟା ଦାଉ ସାଧିଲା

ଅଣ୍ଟାକୁ ଭାଙ୍ଗିଦେଲା

ସାରା ଜୀବନ ଦୁଃଖ ଅଭାବରେ

ଗରୀବର କଟିଲା l


ସରକାରଙ୍କର ସଚେତନ ଯୋଗୁଁ

ଜୀବନ ସିନା ବଞ୍ଚିଲା

ଦୁଃଖ କଷ୍ଟର ଗରୀବ ଜୀବନ

କେବେହେଲେ ନ ଘୁଞ୍ଚିଲା l


ଗରୀବ ହିଁ ଏଠି କଷ୍ଟ ପାଇଲା

ମୃତ୍ୟୁ କିଆଁ ନ ଦେଲା

ଫନିର କଷ୍ଟ ଭୂଲି ନଥିଲେ

ବୁଲବୁଲ ଆସିଲା l


Rate this content
Log in

Similar oriya poem from Tragedy